ଓଡିଶା

odisha

ETV Bharat / state

ଟ୍ରାକ୍ଟରରୁ ପଡି ନାବାଳକ ମୃତ, ଡ୍ରାଇଭର ଫେରାର - ମାଲିକ ଓ ଡ୍ରାଇଭର ଫେରାର

ଟ୍ରାକ୍ଟରରୁ ଖସି 12 ବର୍ଷ ନାବାଳକର ମୃତ୍ୟୁ ଘଟିଥିବାବେଳେ । ଘଟଣାରେ ମାଲିକ ଓ ଡ୍ରାଇଭର ଉଭୟ ଫେରାର ଅଛନ୍ତି ।

tractor
ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : Dec 17, 2019, 12:58 PM IST

ବରଗଡ: ଟ୍ରାକ୍ଟରରୁ ଖସିପଡି 12 ବର୍ଷର ନାବାଳକ ମୃତ। ଏଭଳି ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର ପଦ୍ମପୁର ଥାନା ଅନ୍ତର୍ଗତ ପଞ୍ଚାଭୟା ଗାଁରେ। ମୃତ ବାଳକ ଜଣକ ହେଲେ କିଶୋର କୁମ୍ଭାରଙ୍କ ୧୨ ବର୍ଷର ପୁଅ ଆନନ୍ଦ କୁମ୍ଭାର। ସେ ସପ୍ତମ ଶ୍ରେଣୀର ଛାତ୍ର।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସୂଚନାମୁତାବକ, ଆନନ୍ଦ ଘରେ ଖେଳୁଥିବା ସମୟରେ ସେହି ଗାଁର ଜଣେ ଡ୍ରାଇଭର ଲବନିକାନ୍ତ ବିଭାର ଟ୍ରାକ୍ଟରରେ କାମ କରିବାପାଇଁ ତାଙ୍କୁ ଡାକିନେଇଥିଲେ। ତେବେ ଟ୍ରାକ୍ଟରରେ ବସି ଯାଉଥିବା ସମୟରେ ସେ ଖସିପଡିବାରୁ ଆନନ୍ଦଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା | ପରେ ଟ୍ରାକ୍ଟରର ମାଲିକ ଯୋଗେନ୍ଦ୍ର ବାଗ ଆନନ୍ଦର ମୃତଦେହକୁ ତାଙ୍କ ଘରେ ରଖିଦେଇ ପଳାଇଥିଲେ।

ଘଟଣାରେ ମୃତଦେହକୁ ସ୍ଥାନୀୟ ପଦ୍ମପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଆନନ୍ଦଙ୍କ ବାପା ପଦ୍ମପୁର ଥାନାରେ ଅଭିଯୋଗ କରିଥିଲେ। ଟ୍ରାକ୍ଟର ଡ୍ରାଇଭର ଓ ମାଲିକ ଏ ପର୍ଯ୍ୟନ୍ତ ଧରା ଦେଉନଥିବା ବେଳେ ଟ୍ରାକ୍ଟରକୁ ଲୁଚାଇ ଦେଇଥିବା ଅଭିଯୋଗ ହୋଇଛି। ଉକ୍ତ ଟ୍ରାକ୍ଟରର ପଞ୍ଜୀକରଣ ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି କିନ୍ତୁ ପୋଲିସ ଏଯାବତ ଏହାକୁ ଜବତ କରିନାହିଁ |

ସରକାର ଶିଶୁ ଶ୍ରମିକ ବନ୍ଦ କରିବା ପାଇଁ ଅନେକ ଯୋଜନା କରୁଥିବା ବେଳେ କେତେକ ଖଳ ପ୍ରକୃତିର ଲୋକ ଶିଶୁ ମାନଙ୍କୁ ଡାକି ନେଇ କମ ପଇସାରେ କାମ କରାଉଥିବା ସତ୍ତ୍ବେ ସରକାର ଏ ଦିଗରେ ଅଣଦେଖା କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details