ବରଗଡ଼: କିଡ଼ନୀ ରୋଗୀଙ୍କୁ ସାହାଯ୍ୟର ହାତ ବଢାଇଲେ ମନ୍ତ୍ରୀ ସୁଶାନ୍ତ ସିଂ । କିଡ଼ନୀ ରୋଗରେ ପୀଡିତ ଥିବା ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଜଡା ଗ୍ରାମର ସୁଦାମ କୁମ୍ଭାରଙ୍କ ଚିକିତ୍ସା ଅଭାବରୁ ଅବସ୍ଥା ଶୋଚନୀୟ ହୋଇପଡିଥିଲା । ଏନେଇ ମନ୍ତ୍ରୀ ସୁଶାନ୍ତ ସିଂ ନିକଟକୁ ଖବର ପହଞ୍ଚିବା ପରେ ମନ୍ତ୍ରୀ ନିଜର ଆମ୍ବୁଲାନ୍ସ ଦ୍ଵାରା ସୁଦାମ କୁମ୍ଭାରଙ୍କୁ କଟକ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଛନ୍ତି ।
ଅସହାୟ କିଡନୀ ରୋଗୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ମନ୍ତ୍ରୀ ସୁଶାନ୍ତ ସିଂ - kidney patients
କିଡ଼ନୀ ରୋଗୀଙ୍କୁ ସାହାଯ୍ୟର ହାତ ବଢାଇଲେ ମନ୍ତ୍ରୀ ସୁଶାନ୍ତ ସିଂ । ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଜଡା ଗ୍ରାମର ସୁଦାମ କୁମ୍ଭାରଙ୍କ ଚିକିତ୍ସା ଅଭାବରୁ ଅବସ୍ଥା ଶୋଚନୀୟ ହୋଇପଡିବାରୁ ମନ୍ତ୍ରୀ ନିଜର ଆମ୍ବୁଲାନ୍ସ ଦ୍ଵାରା ସୁଦାମ କୁମ୍ଭାରଙ୍କୁ କଟକ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଛନ୍ତି ।
ଅସହାୟ କିଡନୀ ରୋଗୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ମନ୍ତ୍ରୀ ସୁଶାନ୍ତ ସିଂ
ତେବେ ସୁଦାମ କୁମ୍ଭାର, କିଡ଼ନୀ ରୋଗରେ ଆକ୍ରାନ୍ତ ହେବା ପରେ ଘରେ ଦୁଇବେଳା ଖାଇବା ଯୋଗାଡ କରିବା ମଧ୍ୟ କଷ୍ଟ କର ହେଉଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ । ସୁଦାମଙ୍କର ଏପରି ପରିସ୍ଥିତି ବିଷୟରେ ଶ୍ରମ ମନ୍ତ୍ରୀ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଖବର ପାଇବା ପରେ ସମସ୍ତ ପ୍ରକାରର ସୁବିଧା ଯୋଗେଇବା ସହିତ କଟକ ଡାକ୍ତରଖାନାକୁ ସୁଦାମଙ୍କ ଉନ୍ନତ ମାନର ଚିକିତ୍ସା ପାଇଁ ନିଜର ଆମ୍ବୁଲାନ୍ସରେ ପଠାଇଛନ୍ତି ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ