ବରଗଡ: ୬ ମାସର ସମୟସୀମା ଶେଷ ହେବା ପରେ ରାଜ୍ୟରେ କୋହଳ କରାଯାଇଥିବା ଟ୍ରାଫିକ ନିୟମ ପୁଣି କଡାକଡି କରାଯାଇଛି । ଏହି କ୍ରମରେ ବରଗଡ ଜିଲ୍ଲାରେ ରବିବାର ଠାରୁ ଜୋରଦାର ଚାଲିଛି ଟ୍ରାଫିକ ଚେକିଂ । ବରଗଡ ପରିବହନ ବିଭାଗ ଓ ପୋଲିସ ପ୍ରଶାସନର ମିଳିତ ସହଯୋଗରେ ବରଗଡର ବିଭିନ୍ନ ସ୍ଥାନରେ ଯାନବାହାନର କଡାକଡି ଯାଞ୍ଚ ଆରମ୍ଭ ହୋଇଯାଇଛି ।
ଯାଞ୍ଚ ପରେ ଦୁଇଦିନ ମଧ୍ୟରେ ସମୁଦାୟ ୧୮୫ଟି ଗାଡ଼ିରୁ ଚାଲାଣ କଟାଯାଇଛି । ଜିଲ୍ଲାର ସମସ୍ତ ବ୍ଲକ ମାନଙ୍କରେ ଆରମ୍ଭ ହୋଇଥିବା ଏହି ଯାଞ୍ଚ ପ୍ରକ୍ରିୟାକୁ ନେଇ ଲୋକଙ୍କ ମଧ୍ୟରେ ପୁଣି ଭୟର ବାତାବରଣ ଖେଳିଯାଇଛି ।