ଓଡିଶା

odisha

ETV Bharat / state

ହସ୍ପିଟାଲ କର୍ମଚାରୀଙ୍କ ଅବହେଳା, ୨୦ ଘଣ୍ଟା ଧରି ପଡିରହିଲା ମୃତଦେହ

ହସ୍ପିଟାଲ କର୍ମଚାରୀଙ୍କ ଦାୟିତ୍ବହୀନତା କାରଣରୁ ୨୦ଘଣ୍ଟା ଧରି ବାରଣ୍ଡାରେ ପଡ଼ି ରହିଲା ଶବ । ଯାହା ବିଭିନ୍ନ ସମୟରେ ସରକାରୀ ଦଳକୁ ସମସ୍ୟା ଘେରକୁ ଟାଣି ନେଉଛି । କେତେବେଳେ ମୋବାଇଲ ଆଲୁଅରେ ଇଞ୍ଜେକ୍ସନ ଦେବା ହେଉ ବା ସାମାନ୍ୟ ଅବହେଳା ଯୋଗୁଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଶବ ପଡିରହିବା । ଅଧିକ ପଢନ୍ତୁ

ହସ୍ପିଟାଲ କର୍ମଚାରୀଙ୍କ ଅବହେଳା, ୨୦ ଘଣ୍ଟା ଧରି ପଡିରହିଲା ମୃତଦେହ
ହସ୍ପିଟାଲ କର୍ମଚାରୀଙ୍କ ଅବହେଳା, ୨୦ ଘଣ୍ଟା ଧରି ପଡିରହିଲା ମୃତଦେହ

By

Published : Mar 29, 2022, 10:10 AM IST

ବରଗଡ: ହସ୍ପିଟାଲ କର୍ମଚାରୀଙ୍କ ଦାୟିତ୍ବହୀନତା କାରଣରୁ ୨୦ ଘଣ୍ଟା ଧରି ବାରଣ୍ଡାରେ ପଡ଼ି ରହିଲା ଶବ । ଯାହା ବିଭିନ୍ନ ସମୟରେ ସରକାରୀ ଦଳକୁ ସମସ୍ୟା ଘେରକୁ ଟାଣି ନେଉଛି । କେତେବେଳେ ମୋବାଇଲ ଆଲୁଅରେ ଇଞ୍ଜେକ୍ସନ ଦେବା ହେଉ ବା ସାମାନ୍ୟ ଅବହେଳା ଯୋଗୁଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଶବ ପଡିରହିବା ।

ହସ୍ପିଟାଲ କର୍ମଚାରୀଙ୍କ ଅବହେଳା, ୨୦ ଘଣ୍ଟା ଧରି ପଡିରହିଲା ମୃତଦେହ

ଏପରି ଏକ ହୃଦୟ ବିଦାରକ ଘଟଣା ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି, ଯାହା ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ପଦାରେ ପଡି ଦାଣ୍ଡରେ ଗଡୁଛି । ସ୍ଥାନୀୟ ସୋହେଲା ବ୍ଲକ ବାରୁପାଲି ଗ୍ରାମର ୪୫ବର୍ଷର ଅଶୋକ ପଟେଲ ପାରିବାରିକ କଳହ ଯୋଗୁଁ କୀଟନାଶକ ପିଇ ଦେଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସୋହେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ମାତ୍ର ଡାକ୍ତର ଏଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

କୀଟନାଶକ ପିଇ ମୃତ୍ୟୁ ହୋଇଥିବା ଲାଗି ଶବ ବ୍ୟବଚ୍ଛେଦ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରିବାର କୌଣସି ବ୍ୟବସ୍ଥା ନଥିବାରୁ ତାକୁ ସହର ମଧ୍ୟରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବାକୁ ପଡିଥାଏ । ମାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ମହାପ୍ରୟାଣ ଗାଡି ଦୀର୍ଘ ଏକ ମାସରୁ ଊର୍ଦ୍ଧ୍ବ ହେଲା ଅଚଳ ହୋଇ ପଡି ରହିଥିବାରୁ ଘରୋଇ ଗାଡ଼ିରେ ଶବ ନେଇ ପୁରୁଣା ଚିକିତ୍ସାଳୟକୁ ଯିବା ପାଇଁ ବିଭାଗୀୟ କର୍ମଚାରୀ ପରାମର୍ଶ ଦେଇଥିଲେ ।

ମାତ୍ର ପରିବାର ଲୋକେ ଘରୋଇ ଗାଡ଼ିରେ ଶବ ଆଣିବା ପାଇଁ ଅହେତୁକ ଟଙ୍କା ପଇଠ କରିବାକୁ ଅସମର୍ଥ ପ୍ରକାଶ କରିଥିଲେ । ଏଣୁ ସମୟ ଥାଇ ମଧ୍ୟ ଶବ ବ୍ୟବଚ୍ଛେଦ ହୋଇ ହୋଇ ପାରିନଥିଲା । ବାଧ୍ୟ ହୋଇ ପରଦିନ ସକାଳ ୧୧ଟା ପର୍ଯ୍ୟନ୍ତ ଚିକିତ୍ସାଳୟ ପରିସରରେ ସେମିତି ଶବ ପଡିରହିଥିଲା । ଠିକ୍ ସଲେପାଲି ଗ୍ରାମର ଗହଳ ରଏ( ୬୦) ବୟସର ବାର୍ଦ୍ଧକ୍ୟ ହେତୁ ମୃତ୍ୟୁ ହୋଇଥିଲା ।

ପରିବାର ଲୋକେ ଅତ୍ୟନ୍ତ ଗରିବ ହୋଇଥିବାରୁ ମାଆର ଶବ ପୁଅ ନର୍ସିଂଙ୍ଗ ରଏ ଘରକୁ ନେଇ ନପାରି ଚିକିତ୍ସାଳୟ ପାଖରେ ଶବ ସତ୍କାର କରିଦେବା ପାଇଁ ସ୍ଥାନୀୟ ସ୍ବେଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାରକୁ ଯୋଗାଯୋଗ କରିଥିଲେ । ଘଟଣାସ୍ଥଳରେ ସଂକଳ୍ପ ପରିବାରର ସଦସ୍ୟ ବିକାଶ ଅଗ୍ରୱାଲ ପହଞ୍ଚି ସମସ୍ତ ବିଷୟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅରୁଣ ପାତ୍ରଙ୍କ ହସ୍ତକ୍ଷେପ ପରେ ଅଧ ଘଣ୍ଟାରେ ମହାପ୍ରୟାଣ ଗାଡି ପହଞ୍ଚିଥିଲା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details