ଓଡିଶା

odisha

By

Published : Aug 14, 2023, 12:39 PM IST

Updated : Aug 14, 2023, 12:54 PM IST

ETV Bharat / state

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ପ୍ରଶାସନ, ଆଜି ହେବ ନୀଳାଚଳଙ୍କ ଅନ୍ତିମ ସଂସ୍କାର

ଜନ୍ମମାଟିରେ ପହଞ୍ଚିଛି ଶହୀଦ ବୀର ଯବାନ ନୀଳାଚଳ ପଟେଲଙ୍କ ପାର୍ଥିବ ଶରୀର । ରବିବାର ନାଗାଲାଣ୍ଡ ରାଜ୍ୟର ମିଜଦିକୁମା ଜିଲ୍ଲା ସ୍ଥିତ କୁଗିଡେଲାଙ୍ଗ ଗ୍ରାମରେ ଡ୍ୟୁଟିରେ ଥିବା ସମୟରେ ସଡ଼କ ଦୁର୍ଘଟଣାରେ ଯବାନଙ୍କ ପ୍ରାଣ ଯାଇଛି। ଅଧିକ ପଢନ୍ତୁ

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ପ୍ରଶାସନ
ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ପ୍ରଶାସନ

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ପ୍ରଶାସନ

ବରଗଡ଼:ଆଜି ନିଜ ଜନ୍ମମାଟିରେ ପହଞ୍ଚିଲା ଶହୀଦ ବୀର ଯବାନ ନୀଳାଚଳ ପଟେଲଙ୍କ ପାର୍ଥିବ ଶରୀର । ନାଗାଲାଣ୍ଡ ରାଜ୍ୟର ମିଜଦିକୁମା ଜିଲ୍ଲା ଅନ୍ତର୍ଗତ କୁଗିଡେଲାଙ୍ଗ ଗ୍ରାମ ରାସ୍ତାରେ ସଡକ ଦୁର୍ଘଟଣାରେ ଶହୀଦ ହୋଇଛନ୍ତି ନୀଳାଚଳ । ତେବେ ଯବାନଙ୍କ ଜନ୍ମମାଟି ଭେଡେନ ବ୍ଲକ୍‌ ଅନ୍ତର୍ଗତ ବାଘପାଳି ଗ୍ରାମରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିଛି । ପ୍ରଥମେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶହୀଦ ନିଳାଚଳ ପଟେଲଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା। ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ବରଗଡ଼ର ଜନସାଧାରଣଙ୍କ ସହିତ ଅନେକ ସ୍ଵେଚ୍ଛାସେବୀ ଅନୁଷ୍ଠାନ, ନେତା, ମନ୍ତ୍ରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଭିଡ଼ ଲାଗି ରହିଥିଲା ।

ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ଓ ବରଗଡ ଏସ୍‌ପି ପ୍ରହ୍ଲାଦ ସାହାଇ ମୀନା ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ଦେଖିବାକୁ ମିଳିଛି । ଏହାସହ ମନ୍ତ୍ରୀ ରୀତା ସାହୁ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ପ୍ରଭାଷ ସିଂଙ୍କ ସମେତ ଅନେକ ନେତା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଏକ ବିରାଟ ଶୋଭାଯାତ୍ରାରେ ବରଗଡ଼ ସହର ପରିକ୍ରମା କରି ଶହୀଦ ନୀଳାଚଳ ପଟେଲଙ୍କର ପାର୍ଥିବ ଶରୀରକୁ ତାଙ୍କ ନିଜ ଗ୍ରାମ ବାଘପାଳିକୁ ନିଆଯାଇଛି ।

ଏହା ବି ପଢନ୍ତୁ...ଶଦୀଦ ସୁଶାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ: ପଞ୍ଚଭୂତରେ ବିଲୀନ ହେଲା ପାର୍ଥିବ ଶରୀର, ପରିବାର ଆଖିରୁ ଶୁଖୁନି ଲୁହ

ସୂଚନା ଅନୁଯାୟୀ, ନୀଳାଚଳ ପଟେଲ 2000 ମସିହାରୁ ସେନା ବାହିନୀରେ ଯୋଗଦାନ କରିଥିଲେ ଏବଂ ଆସାମ 7th ରାଇଫଲ୍ସରେ କାର୍ଯ୍ୟରତ ଥିଲେ । ଗତ ଶୁକ୍ରବାର ସେ ନାଗାଲାଣ୍ଡ ରାଜ୍ୟର ମିଜଦିକୁମା ଜିଲ୍ଲା ଅନ୍ତର୍ଗତ ବିମାପୁରର କୁଗିଡେଲାଙ୍ଗ ରାସ୍ତାରେ ରାତ୍ରୀକାଳୀନ ପାଟ୍ରୋଲିଂ କରୁଥିବା ସମୟରେ ଏକ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଛି। ତେବେ ରବିବାର ବିମାପୁରରୁ ଏୟାରଲିଫ୍ଟ କରି ତାଙ୍କ ପାର୍ଥିବ ଶରୀରକୁ କୋଲକାତାକୁ ଅଣାଯାଇଥିଲା ।

ଏହାପରେ ସଡକପଥ ଦେଇ ଆଜି ସକାଳ 8ଟାରେ ବରଗଡ଼ ଜିଲ୍ଲାପାଳ ଅଫିସରେ ପହଞ୍ଚିବା ପରେ ସେଠାରେ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସେନା ପକ୍ଷରୁ ତାଙ୍କ ପରିବାରବର୍ଗଙ୍କୁ ଶେଷକୃତ୍ୟ ପାଇଁ ପ୍ରଥମେ 1ଲକ୍ଷ 8 ହଜାର ଟଙ୍କା ପ୍ରଦାନ କରାଯାଇଛି । ତେବେ ଶହୀଦ ନୀଳାଚଳ ପଟେଲଙ୍କ ପାର୍ଥିବ ଶରୀରକୁ ବରଗଡ଼ରୁ ଏକ ବିରାଟ ଶୋଭାଯାତ୍ରା ସହିତ ବାଘପାଳି ଗ୍ରାମକୁ ନିଆଯାଇଛି । ପାର୍ଥିବ ଶରୀର ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡିଛି ପରିବେଶ। ପରିବାରଲୋକେ ଧୈର୍ଯ୍ୟହରା ହୋଇପଡିଥିବାବେଳେ ସମସ୍ତେ ଆସି ଶେଷ ଦର୍ଶନ କରୁଛନ୍ତି । ଏହାପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ଇଟିଭି ଭାରତ, ବରଗଡ଼

Last Updated : Aug 14, 2023, 12:54 PM IST

ABOUT THE AUTHOR

...view details