ଓଡିଶା

odisha

ETV Bharat / state

ବିବାହିତା ମହିଳାଙ୍କୁ କାଳ ସାଜିଲା ମୋବାଇଲ ପ୍ରେମ, ହତ୍ୟାକଲା ପ୍ରେମିକ - ବିବାହିତା ମହିଳାଙ୍କୁ କାଳ ସାଜିଲା ମୋବାଇଲ ପ୍ରେମ ହାତ୍ୟାକାଣ୍ଡ

ବରଗଡରେ ମୋବାଇଲ ଫୋନରେ ଅଚିହ୍ନା ଯୁବକଙ୍କୁ କଥାବାର୍ତା ଓ ପରେ ପ୍ରେମ ସମ୍ପର୍କ ଜଣେ ବିବାହିତା ମହିଳାଙ୍କୁ ମହଙ୍ଗା ପଡିଛି । ନିଜ ସ୍ଵାମୀକୁ ଛାଡି ପ୍ରେମିକା ସହିତ ବାହା ହେବାର ଜିଦ କାରଣରୁ ହତ୍ୟା କରିଛି ପ୍ରେମିକ । ଏ ନେଇ ପୋଲିସ ଆଗରେ ସ୍ଵୀକାର କରିଛି ହତ୍ୟାକାରୀ |ଅଧିକ ପଢନ୍ତୁ...

married-women-murder-by-her-boyfriend-in-bargarh
ବିବାହିତା ମହିଳାଙ୍କୁ କାଳ ସାଜିଲା ମୋବାଇଲ ପ୍ରେମ, ହତ୍ୟାକଲା ପ୍ରେମିକ

By

Published : Jun 18, 2020, 3:44 AM IST

ବରଗଡ: ମୋବାଇଲ ଫୋନରେ ଅଚିହ୍ନା କଥାବାର୍ତା ଓ ପରେ ପ୍ରେମ ସମ୍ପର୍କ ଜଣେ ବିବାହିତା ମହିଳାଙ୍କୁ ମହଙ୍ଗା ପଡିଛି । ନିଜ ସ୍ଵାମୀକୁ ଛାଡି ପ୍ରେମିକା ସହିତ ବାହା ହେବାର ଜିଦ କାରଣରୁ ହତ୍ୟା କରିଛି ପ୍ରେମିକ । ଏ ନେଇ ପୋଲିସ ଆଗରେ ସ୍ଵୀକାର କରିଛି ହତ୍ୟାକାରୀ |ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ଥାନା ଅନ୍ତର୍ଗତ ଛେଲିଆମାଲ ଜଙ୍ଗଲ ନିକଟରୁ ଗତ ତା.୧୧.୦୬.2020 ରେ ଜଣେ ମହିଳାଙ୍କ ମୃତଦେହ ଘଟଣାର ପୋଲିସ ପର୍ଦାଫାସ କରିଛି |

ବିବାହିତା ମହିଳାଙ୍କୁ କାଳ ସାଜିଲା ମୋବାଇଲ ପ୍ରେମ, ହତ୍ୟାକଲା ପ୍ରେମିକ

ସୂଚନା ଅନୁଯାୟୀ ବଗେଇଜୁରି ଗ୍ରାମର ରେବାତି ସାହୁ ନାମକ ମହିଳା ନିଜ ସ୍ବାମୀ ଘରୁ ଗତ ଜୁନ 8 ତାରିଖରୁ ନିଖୋଜ ଥିଲେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ମାତ୍ର କୌଣସି ସନ୍ଧାନ ପାଇପାରିନଥିଲେ | ମାତ୍ର ଗତ ୧୧ ତାରିଖରେ ଛେଲିଆମାଲ ଜଙ୍ଗଲ ଠାରେ ମୁହଁ ଚିହ୍ନି ହେଉନଥିବା ଜଣେ ମହିଳାଙ୍କ ମୃତଦେହ ପରିତ୍ୟକ୍ତ ଅବସ୍ଥାରେ ପାଇକମାଳ ପୋଲିସ କୁ ମିଳିଥିଲା | ପୋଲିସ ବ୍ୟାପକ ଛାନଭିନ କଳା ପରେ ମହିଳା ଜଣଙ୍କର ମୋବାଇଲ ଫୋନ କଳ ଡିଟେଲ୍ସରୁ ଅପରାଧୀ ନିକଟକୁ ପୋଲିସ ପହଞ୍ଚିବାରେ ସକ୍ଷମ ହୋଇଥିଲା |

ତେବେ ଅପରାଧୀକୁ ପୋଲିସ ଘେରିବା ପରେ ଅପରାଧୀ ଜଣକ ରେବତୀଙ୍କୁ ହତ୍ୟା କରି ବୋଲେରୋ ଗାଡିରେ ମୁଣ୍ଡକୁ ବାରମ୍ବାର ଦଳି ଦେଇଥିବା ସ୍ଵୀକାର କରିଥିଲା | ତେବେ ଛେଲିଆମାଲ ଗ୍ରାମର ହୃଷିକେଶ ଅଦାବର ଏହି ହତ୍ୟାକାଣ୍ଡ ଘଟାଇଥିବା ବେଳେ ତାଙ୍କ ଘରୁ ମୃତ ରେବତୀଙ୍କ ସାଟିର୍ଫିକେଟ, ମୋବାଇଲ, ଗୋଟେ ସିମ କାର୍ଡ, ଏଟିଏମ କାର୍ଡ, ଆଧାର କାର୍ଡ ତଥା ମୃତ ରେବତି ସାହୁ ଘରୁ ଆଣି ଥିବା ଟଙ୍କା ୪୦,୦୦୦/– ଏବଂ କିଛି ଗହଣା ପୋଲିସ ଜବତ କରିଛି | ପାଇକମାଲ ଥାନା କେସନମ୍ବର ୯୨ ତା. ୧୫.୦୬.୨୦୨୦, ଅଣ୍ତର ସେକ୍ସନ ୩୦୨/୨୦୧ ଆଇ.ପି.ସି. ଦଫା ଲଗା ଜାଇ ଅପରାଧୀକୁ କୋର୍ଟକୁ ଚାଲାଣ କରାଯାଇଛି |

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ABOUT THE AUTHOR

...view details