ଓଡିଶା

odisha

ETV Bharat / state

ଉପନିର୍ବାଚନ ବେଳେ ପଦ୍ମପୁରରେ ମାଓ ପୋଷ୍ଟର, ନେତା ଓ ମନ୍ତ୍ରୀଙ୍କୁ ଦିଆଯାଇଛି ଧମକ - ପଦ୍ମପୁର ପାଇକମାଳରେ ମାଓ ପୋଷ୍ଟର

ପଦ୍ମପୁର ପାଇକମାଳ ରାସ୍ତାରେ ଲାଗିଛି ମାଓ ପୋଷ୍ଟର । ପଦ୍ମପୁରରେ ଭୋଟରଙ୍କୁ ନେତା ମନ୍ତ୍ରୀଙ୍କ ଦିଆଯାଉଥିବା ଧମକକୁ ବିରୋଧ କରିଛି ଲାଲ ବାହିନୀ । ଅଧିକ ପଢନ୍ତୁ

ମାଓ ପୋଷ୍ଟର
ମାଓ ପୋଷ୍ଟର

By

Published : Nov 26, 2022, 12:31 PM IST

ବରଗଡ: ପଦ୍ମପୁର ଉପନିର୍ବାଚନ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି । ଏହାରି ଭିତରେ ନିଜର ଉପସ୍ଥିତି ଜାହିର କରିଛନ୍ତି ଲାଲ ବାହିନୀ । ପଦ୍ମପୁର ପାଇକମାଳ ରାସ୍ତାରେ ମାଓ ପୋଷ୍ଟର ଲାଗିଥିବା ଦେଖାଯାଇଛି । ନିର୍ବାଚନ ତାତି ସହ ମାଓ ପୋଷ୍ଟର ନେତାଙ୍କ ମନରେ ଛନକା ସୃଷ୍ଟି କରିଛି ।

ଉପନିର୍ବାଚନ ବେଳେ ପଦ୍ମପୁରରେ ମାଓ ପୋଷ୍ଟର

ଲଗାଯାଇଥିବା ପୋଷ୍ଟରରେ ପଦ୍ମପୁରରେ ଭୋଟରଙ୍କୁ ନେତା ମନ୍ତ୍ରୀଙ୍କ ଦିଆଯାଉଥିବା ଧମକକୁ ବିରୋଧ କରିଛି ଲାଲ ବାହିନୀ । ଏହାସହ ଏହାର କଡ଼ା ଜବାବ ଦିଆଯିବ ବୋଲି ଉଲ୍ଲେଖ ରହିଛି l ତେବେ ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ଏହି ମାଓ ପୋଷ୍ଟର ଲାଗିଥିବା ବେଳେ ଏହାକୁ ନେଇ ଲୋକେ ଭୟଭୀତ ହୋଇପଡିଛନ୍ତି l

ଏହା ମଧ୍ୟ ପଢନ୍ତୁ: ଦୁର୍ଘଟଣା ପରେ ରାଣୀଙ୍କ ନାଁରେ ଥାନାରେ ଏତଲା, କ୍ଷତିପୂରଣ ଦାବି

ଦୁଇଦିନ ତଳେ ପାଇକମାଳ ଖପ୍ରାଖୋଲ ସୀମାନ୍ତରେ ସୁରକ୍ଷା ବାହିନୀଙ୍କ ଗୁଳିମାଡରେ ଦୁଇ ମାଓବାଦୀ ନିହତ ହେବା ଘଟଣା ଏହି ଅଞ୍ଚଳରେ ମାଓବାଦୀଙ୍କ ସକ୍ରିୟ ଥିବା ଜଣାପଡ଼ିଥିବା ବେଳେ ଏବେ ପୁଣି ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ମାଓ ପୋଷ୍ଟରକୁ ନେଇ ନେତା ଓ ମନ୍ତ୍ରୀ ଛାନିଆ ହୋଇପଡିଛନ୍ତି ।

ତେବେ ଏନେଇ ବରଗଡ଼ ଏସପି କହିଛନ୍ତି," ଏହା ମାଓ ପୋଷ୍ଟର ନୁହେଁ ଏବଂ କିଏ ଓ କାହିଁକି ଏପରି ପୋଷ୍ଟର ଲଗାଇଛି ତାହାର ଉଚ୍ଚ ସ୍ତରୀୟ ତଦନ୍ତ ଚାଲିଛି । ଲୋକେ ଉପନିର୍ବାଚନ ପାଇଁ ଭୟ କରନ୍ତୁ ନାହିଁ l ପଦ୍ମପୁର ଅଞ୍ଚଳରେ 9 କମ୍ପାନୀ BSF ଓ CRPF ଫୋର୍ସ ମୁତୟନ କରାଯାଇଥିବା ବେଳେ 5 କମ୍ପାନୀ ଫୋର୍ସ ଜଙ୍ଗଲ ଭିତରେ କମ୍ବିଙ୍ଗ ଅପରେସନରେ ଲାଗିଛନ୍ତି । ତେଣୁ ଭୟର କୌଣସି ବାତାବରଣ ନାହିଁ ଏବଂ ପଦ୍ମପୁରବାସୀ ନିର୍ଭୟରେ ମତଦାନ କରନ୍ତୁ। "

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details