ଓଡିଶା

odisha

ETV Bharat / state

କେନ୍ଦୁପତ୍ର ଫଡିକୁ ନିଆଁ ଲଗାଇଲେ ମାଓବାଦୀ, ମାରିଲେ ମାଓ ପୋଷ୍ଟର - ପୋଷ୍ଟରରେ ଦାବି ଜଣାଇଲେ ମାଓବାଦୀ

ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅମ୍ବାଭୋନା ବ୍ଲକ ଅଞ୍ଚଳରେ ମାଓବାଦୀ ତାଙ୍କର ଉପସ୍ଥିତି ଜାହିର କରିଛନ୍ତି । କେନ୍ଦୁପତ୍ର ଫଡିକୁ ନିଆଁ ଲଗାଇବା ପରେ ମାଓବାଦୀ ମାନେ ଏକ ପୋଷ୍ଟରରେ ନିଜର ଦାବି ଜଣାଇଛନ୍ତି । ଅଧିକ ପଢନ୍ତୁ

ଅମ୍ବାଭୋନା ବ୍ଲକରେ ଲାଗିଲା ମାଓ ପୋଷ୍ଟର, ଦାବି ଜଣାଇଲେ ମାଓବାଦୀ
ଅମ୍ବାଭୋନା ବ୍ଲକରେ ଲାଗିଲା ମାଓ ପୋଷ୍ଟର, ଦାବି ଜଣାଇଲେ ମାଓବାଦୀ

By

Published : Apr 18, 2022, 8:58 PM IST

ବରଗଡ: ଦୀର୍ଘ ବର୍ଷ ପରେ ଆଜି (ସୋମବାର) ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅମ୍ବାଭୋନା ବ୍ଲକ ଅଞ୍ଚଳରେ ମାଓବାଦୀ ତାଙ୍କର ଉପସ୍ଥିତି ଜାହିର କରିଛନ୍ତି । କେନ୍ଦୁପତ୍ର ଫଡ଼ିକୁ ନିଆଁ ଲଗାଇବା ପରେ ମାଓବାଦୀ ମାନେ ଏକ ପୋଷ୍ଟରରେ ନିଜର ଦାବି ଜଣାଇଛନ୍ତି । ତେବେ ଲାଲ ରଙ୍ଗର ଏହି ପୋଷ୍ଟରରେ ହିନ୍ଦୀ ଭାଷାରେ ଲେଖାଥିବା ବେଳେ ପ୍ରକୃତରେ ଏହା ମାଓବାଦୀଙ୍କ କାମ ନାଁ କୌଣସି ଦୁର୍ବୃତ୍ତର କାମ ସେନେଇ ସନ୍ଦେହ ପ୍ରକାଶ କରିଛି ଅମ୍ବାଭୋନା ପୋଲିସ ।

ଅମ୍ବାଭୋନା ବ୍ଲକରେ ଲାଗିଲା ମାଓ ପୋଷ୍ଟର, ଦାବି ଜଣାଇଲେ ମାଓବାଦୀ

ସୂଚନା ଅନୁଯାୟୀ, ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକର ଲଖନପୁର ନିକଟସ୍ଥ ଚକ୍ରାମାଳ ଠୁ ବାବେବିରା ମୁଖ୍ୟ ରାସ୍ତାର ଚକ୍ରାମାଳର ପୋଲ ନିକଟରୁ ଅଳ୍ପ ଦୂରରେ ଆଜି ମାଓ ପୋଷ୍ଟର ଦେଖିବାକୁ ମିଳିଛି । ମାଓ ପୋଷ୍ଟର ଦେଖିଲା ପରେ ସେଠାରେ ଲୋକମାନଙ୍କ ଭିଡ ଲାଗିଥିଲା । ଲାଲ୍ ରଙ୍ଗର ଏହି ମାଓ ପୋଷ୍ଟରରେ ମାଓବାଦୀଙ୍କ ଦ୍ବାରା ହିନ୍ଦିରେ ଲେଖାଯାଇଛି ଯେ, ଚକ୍ରାମାଳ ଠୁ ବାବେବିରା ରାସ୍ତା ଭଲ ଭାବରେ ନିର୍ମାଣ କରାଯାଇନଥିବା ଓ ଠିକାଦାର ଭଲ କାମ କରିନଥିବା ବିଷୟରେ ଉଲ୍ଲେଖ ରହିଛି । ତେବେ ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ମାଓବାଦୀଙ୍କର କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା ଏବଂ ଏବେ ପୁଣି ଏପରି କାର୍ଯ୍ୟକଳାପକୁ ପୋଲିସ ଅଣଦେଖା କରିବା ଭବିଷ୍ୟତରେ ମହଙ୍ଗା ପଡିପାରେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details