ଓଡିଶା

odisha

ETV Bharat / state

ସାଧାରଣ ନିର୍ବାଚନ ଘୋଷଣା ପୂର୍ବରୁ ପଦ୍ମପୁରରେ ମିଶ୍ରଣ ପର୍ବ, ବିଜେଡିରେ ମିଶିଲେ ବିଜେପିର 60 କର୍ମୀ - ବିଜେଡ଼ିରେ ମିଶିଲେ 60 ବିଜେପି କର୍ମୀ

2024 ସାଧାରଣ ନିର୍ବାଚନ ପାଇଁ ବର୍ତ୍ତମାନ ସମସ୍ତ ଦଳ ନିଜ ନିଜର କ୍ଷେତ୍ର ପ୍ରସ୍ତୁତ କରିବାରେ ଲାଗିଥିବାବେଳେ ବର୍ତମାନ ଠାରୁ ପଦ୍ମପୁର ବିଧାନସଭା ମଣ୍ଡଳୀରେ ଆରମ୍ଭ ହୋଇଗଲାଣି ଦଳ ବଦଳ ପର୍ବ । ବିଧାୟିକା ବର୍ଷା ସିଂ ବରିହାଙ୍କ ନେତୃତ୍ୱରେ ବିଜେଡିରେ ସାମିଲ ହେଲେ ବିଜେପିର 60 ଜଣ ସକ୍ରିୟ କର୍ମୀ । ଅଧିକ ପଢନ୍ତୁ

ସାଧାରଣ ନିର୍ବାଚନ ଘୋଷଣା ପୂର୍ବରୁ ପଦ୍ମପୁରରେ ମିଶ୍ରଣ ପର୍ବ,  ବିଜେଡ଼ିରେ ମିଶିଲେ ବିଜେପିର 60 କର୍ମୀ
ସାଧାରଣ ନିର୍ବାଚନ ଘୋଷଣା ପୂର୍ବରୁ ପଦ୍ମପୁରରେ ମିଶ୍ରଣ ପର୍ବ, ବିଜେଡ଼ିରେ ମିଶିଲେ ବିଜେପିର 60 କର୍ମୀ

By ETV Bharat Odisha Team

Published : Aug 29, 2023, 7:23 AM IST

ସାଧାରଣ ନିର୍ବାଚନ ଘୋଷଣା ପୂର୍ବରୁ ପଦ୍ମପୁରରେ ମିଶ୍ରଣ ପର୍ବ, ବିଜେଡ଼ିରେ ମିଶିଲେ ବିଜେପିର 60 କର୍ମୀ

ବରଗଡ଼: ବିଧାୟିକା ବର୍ଷା ସିଂ ବରିହାଙ୍କ ନେତୃତ୍ୱରେ ବିଜେଡିରେ ସାମିଲ ହେଲେ ବିଜେପିର 60 ଜଣ ସକ୍ରିୟ କର୍ମୀ । 2024 ସାଧାରଣ ନିର୍ବାଚନ ପାଇଁ ବର୍ତ୍ତମାନ ସମସ୍ତ ଦଳ ନିଜ ନିଜର କ୍ଷେତ୍ର ପ୍ରସ୍ତୁତ କରିବାରେ ଲାଗିଥିବାବେଳେ ପଦ୍ମପୁର ବିଧାନସଭା ମଣ୍ଡଳୀରେ ଆରମ୍ଭ ହୋଇଗଲାଣି ଦଳ ବଦଳ ପର୍ବ । ପଦ୍ମପୁରରେ ପୂର୍ବତନ ବିଧାୟକ ବିଜୟରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ତାଙ୍କର ଝିଅ ବର୍ଷା ସିଂ ବରିହାଙ୍କୁ ବିଜେଡି ଦଳ ଉପନିର୍ବାଚନରେ ଟିକେଟ ଦେଇଥିଲା । ବର୍ଷା ସିଂ ବରିହା ବିଜୟୀ ହୋଇ କମ ସମୟ ପାଇଁ ପଦ୍ମପୁରର ବିଧାୟିକା ହୋଇଥିଲେ ।

ତେବେ ଆଗକୁ ପୁଣି ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ନିଜ ବାପାଙ୍କ ଗଡକୁ ସୁରକ୍ଷିତ ରଖିବାକୁ ବର୍ଷା ସିଁ ବରିହା ବର୍ତ୍ତମାନଠାରୁ ରଣନୀତି ଆରମ୍ଭ କରିଦେଇଛନ୍ତି । ବିରୋଧୀ ଦଳର ବହୁ କର୍ମୀମାନଙ୍କୁ ନିଜ ଦଳରେ ସାମିଲ କରିବାରେ ସଫଳ ମଧ୍ୟ ହୋଇଛନ୍ତି । ଆଜି ପଦ୍ମପୁର ଅଞ୍ଚଳର କେବଳ ବିଜେପି ଦଳରୁ ହିଁ 60 ଜଣ ସକ୍ରିୟ କର୍ମୀ ବିଜେପି ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...2024 Election: ଫୋକସରେ ପଶ୍ଚିମ ଓଡିଶା, ପାଗ ଭିଡିଲେଣି ଦଳ

ଆଗାମୀ ଦିନରେ ସାଧାରଣ ନିର୍ବାଚନକୁ ନେଇ ଜନସାଧାରଣ ତଥା ରାଜନୈତିକ ମହଲରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ସବୁ ରାଜନୈତିକ ଦଳ ନିଜ ଦଳକୁ ସୁଦୃଢ ଏବଂ ସଙ୍ଗଠନକୁ ମଜଭୁତ କରିବା ପାଇଁ କସରତ ଆରମ୍ଭ କରିଦେଇଛନ୍ତି । ତେବେ ପଦ୍ମପୁର ନିର୍ବାଚନ ମଣ୍ଡଳିରେ ଦିନକୁ ଦିନ ବିଜେଡି ଦଳ ଆହୁରି ସକ୍ରିୟ ହେବାରେ ଲାଗିଛି । ଆଜି ପାଇକମାଲ ସ୍ଥିତ ବିଜେଡି କାର୍ଯ୍ୟାଳୟଠାରେ ବିଧାୟିକା ବର୍ଷା ସିଂ ବରିହାଙ୍କ ନେତୃତ୍ୱରେ ବିଜେପି ଦଳରେ ଦୀର୍ଘ ବର୍ଷ ଧରି ସକ୍ରିୟ ଥିବା 60ରୁ ଅଧିକ କର୍ମୀ ଓ ବିଜେପିର ଆଗ ଧାଡ଼ିର ନେତା ସୋମବାର ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଅନୁପ୍ରାଣିତ ହୋଇ ନିଜ ଦଳ ଛାଡ଼ି ବହୁ ଉତ୍ସାହରେ ବିଜେଡିରେ ସାମିଲ ହୋଇଛନ୍ତି ।

ତେବେ ସୋମବାର ଏହି ମିଶ୍ରଣ ପର୍ବ ଆଗାମି ଦିନରେ ଆହୁରି ବହୁ ସମର୍ଥକଙ୍କ ଭିଡ ବଢାଇବ ଯାହାକି ବିକାଶ ଓ ଉନ୍ନତି ପାଇଁ ସରକାର ଙ୍କ ହାତ ମୁଠାକୁ ଆହୁରି ସହାୟକ ଏବଂ କୁଷଳ ହେବ ବୋଲି କହିଛନ୍ତି ବିଧାୟିକା । ଏହି ମିଶ୍ରଣ ପର୍ବରେ ବରଗଡ଼ ପୂର୍ବତନ ସାଂସଦ ତଥା ବର୍ତ୍ତମାନର ବିଜେଡ଼ି ଜିଲ୍ଲା ସଭାପତି ପ୍ରଭାସ ସିଂ ତଥା ବିଜେଡ଼ି କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ମହାପାତ୍ର ଯୋଗଦେଇ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ ।

ଇଟିଭି ଭାରତ,ବରଗଡ

ABOUT THE AUTHOR

...view details