ଓଡିଶା

odisha

ETV Bharat / state

ପାପଙ୍ଗା ମଣ୍ଡିରେ ପଡିଛି ଧାନ ବସ୍ତା, ଚିନ୍ତାରେ ଚାଷୀ - farmer

ମୌସୁମୀ ବର୍ଷା ସମସ୍ତଙ୍କ ପାଇଁ ଆଶ୍ବସ୍ଥି ଆଣିଥିବା ବେଳେ ଅନ୍ୟପଟେ ବରଗଡ ଜିଲ୍ଲା ଚାଷୀଙ୍କ ସାଜିଛି ଦାଉ । ବେପାରୀ ଏବଂ ମିଲର୍ସ ମାନଙ୍କ ଚାଲିଛି ମନମୁଖୀ ରାଜୁତି । ଏପଟେ ପ୍ରଶାସନ ହାତବାନ୍ଧି ବସିଛି।

ଫଟୋ ସୌଜନ୍ୟ : ସମ୍ବାଦଦାତା,ବରଗଡ

By

Published : Jun 22, 2019, 5:04 AM IST

ବରଗଡ : ଜିଲ୍ଲାରେ ସମ୍ପୂର୍ଣ୍ଣ ହୋଇନାହିଁ ଧାନ ସଂଗ୍ରହ ପ୍ରକ୍ରିୟା । ହେଲେ ଏବେ ମଧ୍ୟ ପଡିରହିଛି ବିଭିନ୍ନ ମଣ୍ଡିରେ ହଜାର ହଜାର ଧାନ ବସ୍ତା | ସେପଟେ ମୌସୁମୀ ବର୍ଷା ସମସ୍ତଙ୍କ ପାଇଁ ଆଶ୍ବସ୍ଥି ଆଣିଥିବା ବେଳେ ଅନ୍ୟପଟେ ବରଗଡ ଜିଲ୍ଲା ଚାଷୀଙ୍କ ପାଇଁ ଏହା ଦାଉ ସାଜିଛି । ମାର୍କେଟ ୟାର୍ଡରେ ବେପାରୀ ଏବଂ ମିଲର୍ସ ମାନଙ୍କ ମନମୁଖୀ ରାଜୁତି ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ହାତବାନ୍ଧି ବସିଛି ଏବଂ ଚାଷୀଙ୍କ ଧାନ ମିଲର୍ସ ଉଠାଉନଥିବା ଅଭିଯୋଗ ଆଣିଛନ୍ତି ଚାଷୀ ।

ଭେଡ଼େନ ବ୍ଲକ ଅନ୍ତର୍ଗତ ପାପଙ୍ଗା ଧାନ ମଣ୍ଡିରେ ଏବେ ମଧ୍ୟ ପଡିରହିଛି 27000 ଧାନ ବସ୍ତା । ଦୀର୍ଘ 25 ଦିନ ହେବ ପାପଙ୍ଗା ମଣ୍ଡିରୁ ଚାଷୀଙ୍କ ଧାନ ଉଠୁନଥିବା ଅଭିଯୋଗ ଆଣିଛନ୍ତି ଏଠାକାର ଚାଷୀ । ଅନ୍ୟପଟେ ଅସାଧୁ ଉପାୟରେ ବେପାରୀ ଓ ମିଲର୍ସ ମିଶି ମଣ୍ଡିରୁ ସ୍ଲିପ କାଟି ଧାନ ନେଉଥିବା ଅଭିଯୋଗ ହେଉଛି । ମଣ୍ଡିକୁ ଶହ ଶହ ଶ୍ରମିକ କାମପାଇଁ ଆସୁଥିବା ବେଳେ 25 ଦିନ ହେଲା କାମ ନପାଇ ଶ୍ରମିକ ମାନେ ଫେରିଯାଉଥିବା ଅଭିଯୋଗ ହୋଇଛି ।

ମିଲର୍ସ ,ବେପାରୀ ଏବଂ ମାର୍କେଟ ଇନଚାର୍ଜ ଙ୍କ ମିଳିତ ଚକ୍ରାନ୍ତ ଯୋଗୁଁ ମଣ୍ଡିରେ ଧାନ ନ ପଡି ବାହାରୁ ବାହାରୁ ଗାଡିରେ ଧାନ ସିଧାସଳଖ ମିଳକୁ ଚାଲିଯାଉଥିବା କାରଣରୁ ଶ୍ରମିକ ମାନଙ୍କୁ କ୍ଷତି ସହିବାକୁ ପଡିଛି । ବରଗଡ ଜିଲ୍ଲାରେ ରବିରେ ସରକାର 3 ଲକ୍ଷ 86 ହଜାର 200 ମେଟ୍ରିକ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ଏ ପର୍ଯ୍ୟନ୍ତ ଶତକଡା 90 % ଧାନ ସଂଗ୍ରହ ହୋଇଛି ଏବଂ ବିଭିନ୍ନ ମଣ୍ଡି ମାନଙ୍କରେ ବଳକା 10 % ଧାନ ପଡିରହିଥିବା ଜଣାପଡିଛି ।

ତେବେ ବିଭିନ୍ନ ଧାନମଣ୍ଡି ମାନଙ୍କରେ ପଡିରହିଥିବା 4 ଲକ୍ଷ 50 ହଜାର ବସ୍ତା ଧାନ ଶୀଘ୍ର କିଣାଯିବା ବୋଲି ବରଗଡ ଜିଲ୍ଲା ଯୋଗାଣ ଅଧିକାରୀ କହିଥିବା ସହ ପାପଙ୍ଗା ମଣ୍ଡି ପାଇଁ ସ୍ଵତନ୍ତ୍ର ଟିମ ଗଠନ କରାଯାଇଥିବା କହିଛନ୍ତି । ତେବେ ପ୍ରଚୁର ପରିମାଣରେ ଧାନ ଉତ୍ପାଦନ ପାଇଁ ଚାଷୀଙ୍କୁ ସରକାର ପ୍ରୋତ୍ସାହନ ଦେଉଥିବା ବେଳେ ଚାଷୀଙ୍କ ସମସ୍ତ ଉତ୍ପାଦିତ ଶସ୍ୟକୁ ପ୍ରଶାସନ କିଣିବା ସହ ଅସାଧୁ କାମରେ ଲିପ୍ତ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇପଡିଛି ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details