ବରଗଡ:ଝିଅ ବାହାଘର ଦିନ ମାଆକୁ ହତ୍ୟା । ବରପକ୍ଷ ଓ କନ୍ୟାପକ୍ଷ ଗଣ୍ଡଗୋଳରେ ବଳି ପଡିଲେ କନ୍ୟାର ମାଆ । ଏପରି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ସାଲେପାଲି ଗାଁରେ । ହତ୍ୟାକାଣ୍ତ ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଅଭିଯୁକ୍ତ । ସୂଚନା ଅନୁଯାୟୀ ବରଗଡ ଜିଲ୍ଲା ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ସାଲେପାଳି ଗାଁର ଆଶାକର୍ମୀ କିଶୋରୀ ମାଝୀଙ୍କ ମଝିଆ ଝିଅର ଗୁରୁବାର ବାହାଘର ଥିଲା ।
ରାତି 12 ଟା ସମୟରେ କନ୍ୟା ଘରେ ପହଞ୍ଚିଥିଲା ବରଯାତ୍ରୀ । ତେବେ ବରାଯାତ୍ରୀରେ ଆସିଥିବା ଲୋକେ ନିଶାରେ ଚୁର ଥିବାରୁ କୈଣସି ଏକ କାରଣକୁ ନେଇ କନ୍ୟା ପକ୍ଷ ଲୋକଙ୍କ ସହ ଗଣ୍ଡଗୋଳ ହୋଇଥିଲା । ପରେ ଏହି ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ତେବେ କନ୍ୟା ପକ୍ଷର ଜଣେ ସୁମନ୍ତ ନାଏକ ନାମକ ବ୍ୟକ୍ତି ଏକ ଟାଙ୍ଗିଆ ନେଇ ବରାଯାତ୍ରୀଙ୍କୁ ଆକ୍ରମଣ କରିବାକୁ ଯାଉଥିବା ବେଳେ ଝିଅର ମାଆ କିଶୋରୀ ମାଝୀ ବାରଣ କରିଥିଲେ । ଆଉ ସୁମନ୍ତଙ୍କ ଟାଙ୍ଗିଆରେ ଆକ୍ରମଣ କରିବାରୁ ସେ ଗୁରୁତର ହୋଇପଡ଼ିଥିଲେ ।