ଓଡିଶା

odisha

ETV Bharat / state

ଜୁଆ ଖେଳ ହେଲା କାଳ, ତଳେ ପଡିଯାଇ ବ୍ୟକ୍ତିଙ୍କ ମୃତ୍ୟୁ - ବରଗଡ ନ୍ୟୁଜ

ବରଗଡ଼ ଜିଲ୍ଲା ଭେଡେନ ଥାନା ଅଞ୍ଚଳରେ ବେଆଇନ ଜୁଆଖେଳ ଆଡ୍ଡା ଉପରେ ପୋଲିସର ଚଢ଼ାଉ ସମୟରେ ଭୟରେ ଦୌଡ଼ି ପଳାଉଥିବା ଜଣେ ବ୍ୟକ୍ତିଙ୍କ ତଳେ ପଡ଼ିଯାଇ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ଜୁଆ ଖେଳ ହେଲା କାଳ
ଜୁଆ ଖେଳ ହେଲା କାଳ

By

Published : Mar 7, 2021, 10:58 PM IST

ବରଗଡ: ଜୁଆ ଖେଳ ହେଲା କାଳ । ଅକାଳରେ ଚାଲିଗଲା ଜୀବନ । ବରଗଡ଼ ଜିଲ୍ଲା ଭେଡେନ ଥାନା ଅଞ୍ଚଳରେ ବେଆଇନ ଜୁଆଖେଳ ଆଡ୍ଡା ଉପରେ ପୋଲିସର ଚଢ଼ାଉ ସମୟରେ ଭୟରେ ଦୌଡ଼ି ପଳାଉଥିବା ଜଣେ ବ୍ୟକ୍ତିଙ୍କ ତଳେ ପଡ଼ିଯାଇ ମୃତ୍ୟୁ ଘଟିଛି ।

ଭେଡେନ ଥାନା ଅଞ୍ଚଳରେ ଦୀର୍ଘ ଦିନରୁ ଘୁଡୁଘୁଡୁ ପଟ୍ଟି ଓ ଜୁଆଖେଳ ଚାଲିଆସିଥିବା ବେଳେ ପୋଲିସର ନିଷ୍କ୍ରିୟତାକୁ ନେଇ ଲୋକେ ବାରମ୍ବାର ଅଭିଯୋଗ କରିଆସୁଥିଲେ। ରବିବାର ବରଗଡ଼ରୁ ଏକ ସ୍ପେସିଆଲ ଟିମ ଭେଡେନ ଅଞ୍ଚଳକୁ ଯାଇ ଚାଲିଥିବା ଜୁଆଖେଳ ଆରଡ଼ା ଉପରେ ଚଢ଼ାଉ କରିଥିଲେ।

ଜୁଆ ଆଡ୍ଡାରେ 7 ଜଣଙ୍କୁ ପୋଲିସ କାବୁ କରି ଗିରଫ କରିଥିବା ବେଳେ ଜଣେ ବ୍ୟକ୍ତି ପୋଲିସ ଭୟରେ ଦୌଡ଼ି ପଳାଉଥିବା ସମୟରେ ତଳେ ପଡିଯାଇଥିଲେ। ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଅଣାଯାଇଥିଲା । ମାତ୍ର ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ମୃତ ବ୍ୟକ୍ତି ଜଣକ ଭେଡେନ ଥାନା ଅନ୍ତର୍ଗତ ସାନ ପିପିଲିପାଲି ଗ୍ରାମର ଆନନ୍ଦ ପ୍ରଧାନ ବୋଲି ଜଣାପଡିଛି।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details