ବରଗଡ:ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଘେସ ରେଞ୍ଜ ଘନାମାଲ ଗ୍ରାମରେ ଜଣେ 55 ବର୍ଷୀୟ ବ୍ୟକ୍ତିଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି । ମୃତକ ଜଣକ ଘନାମାଲ ଗ୍ରାମର ଶବ୍ଦ ନାୟକ ବୋଲି ଜଣାପଡିଛି ।
ପଦ୍ମପୁର ଉପଖଣ୍ଡ ଘେସ ରେଞ୍ଜ ଘନାମାଲ ଗ୍ରାମ ନିକଟ ଜଙ୍ଗଲ ଅଞ୍ଚଳରେ ହାତୀ ପଲ ଦେଖିବାକୁ ମିଳିଥିଲେ । ଏନେଇ ଘେସ ରେଞ୍ଜ ପକ୍ଷରୁ ଲୋକଙ୍କ ସୁରକ୍ଷା ପାଇଁ ମାଇକ ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଇଥିଲା ।
ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘନାମାଲ ଠାରୁ ତାଳପଲି ଯିବା ବେଳେ ନଇରେ ପାଣି ସ୍ରୋତ ଅଧିକ ଥିବାରୁ ହାତୀମାନେ ନଈ ପାର ହୋଇ ନପାରି ନିକଟସ୍ଥ ଜଙ୍ଗଲକୁ ପଳାଇଥିଲେ । ଜଙ୍ଗଲରେ ହାତୀ ଥିବା ଏବଂ ବନ ବିଭାଗ କର୍ମଚାରୀମାନେ ମଧ୍ୟ ସୁରକ୍ଷା ପାଇଁ ଜଗି ରହିଥିବା ଘେସ ରେଞ୍ଜର ଗଜେନ୍ଦ୍ର ଆଡ଼ଜା ସୂଚନା ଦେବା ସହ ପଲରେ ମୋଟ ୪ଟି ହାତୀ ଦୁଇଟି ମାଇ ଓ ଦୁଇଟି ଛୁଆ ହାତୀ ଥିବାର ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବର୍ତ୍ତମାନ ଘେସ ରେଞ୍ଜର ଘଟଣା ସ୍ଥଳକୁ ଯାଇ ଘଟଣାର ତଦନ୍ତ କରିବା ସହ ବନ ବିଭାଗ କର୍ମଚାରୀମାନେ ହାତୀକୁ ଜଙ୍ଗଲ ଭିତରକୁ ଘୋଡେଇବାରେ ଲାଗିଥିବାର ସୂଚନା ମିଳିଛି।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ