ବରଗଡ:ପୋଷ୍ୟପୁତ୍ର ଭାବେ ଗ୍ରହଣ ନକରିବାରୁ ବୀଭତ୍ସ ହତ୍ୟାକାଣ୍ଡ । ସ୍ବାମୀ ଓ ଦୁଇ ସ୍ତ୍ରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଯୁବକ । ଗତ 18 ତାରିଖରେ ଘଟିଥିବା ଟ୍ରିପଲ ମର୍ଡର ହତ୍ୟା ଘଟଣାରେ ଏପରି ଖୁଲାସା କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପରେ ପୋଲିସ ସାମ୍ନାରେ ହତ୍ୟାର କାରଣ କହିଛି ଅଭିଯୁକ୍ତ । ବରଗଡରେ ହତ୍ୟା ପରେ ଛତିଶଗଡରେ ଲୁଚିଥିଲା ଅଭିଯୁକ୍ତ । ଏହି ହତ୍ୟା ଘଟଣାରେ ତଦନ୍ତ କରି ଅଭିଯୁକ୍ତ ବାସୁଦେବକୁ ଛତିଶଗଡରୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ବାସୁଦେବ ମୃତକଙ୍କ ଭଣଜା ହୋଇଥିବା ପୋଲିସ କହିଛି ।
ମିଳିଥିବା ସୂଚନା ଅନୁଯାୟୀ, ଗତ ୧୮ ତାରିଖ ଭୋର ସମୟରେ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଆଖିଫୁଟା ଗ୍ରାମର ଏକ ବନ୍ଦ ଘରୁ 3 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଟଙ୍କଧର ସାହୁ ଏବଂ ତାଙ୍କ ଦୁଇ ପତ୍ନୀ ଦୌପଦୀ ସାହୁ ଓ ମାଧବୀ ସାହୁଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା l ପ୍ରଥମେ ଏହାକୁ ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି କୁହାଯାଉଥିବା ବେଳେ ପରେ ଏହା ଏକ ସୁପରିକଳ୍ପିତ ହତ୍ୟାକଣ୍ଡ ବୋଲି ଜଣାପଡିଥିଲା । ଏହି ଘଟଣାକୁ ଗୁରୁତରସହ ନେଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ବରଗଡ଼ ଏସପିଙ୍କ ନିର୍ଦ୍ଦେଶ କ୍ରମେ ପଡୋଶୀ ଛତିଶଗଡ଼ ରାଜ୍ୟରୁ ହତ୍ୟାକାରୀ ତଥା ମୁଖ୍ୟ ଅଭିଯୁକ୍ତ ବାସୁଦେବ ସାହୁଙ୍କୁ ଗିରଫ କରିଛି ପୋଲିସ ।
ଏହା ମଧ୍ୟ ପଢନ୍ତୁ:ବରଗଡରେ ଚାଞ୍ଚଲ୍ୟ: ବନ୍ଦ ଘରେ ପଡିଛି ସ୍ୱାମୀ ଓ ଦୁଇ ପତ୍ନୀଙ୍କ ମୃତଦେହ