ବରଗଡ଼:ଜମୁଛି ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଆଜି (ଗୁରୁବାର) ଧନୁଯାତ୍ରାର ତୃତୀୟ ଦିନରେ ମହାରାଜା କଂସ ଓଟ, ହାତୀରେ ବସି ନିଜ ପାତ୍ର ମନ୍ତ୍ରୀଙ୍କ ସହ ନଗର ପରିକ୍ରମାରେ ବାହାରିଛନ୍ତି । ଏହି ସମୟରେ ଓଡ଼ିଶା ରାଜ୍ୟ ପରିବହନ ନିଗମ କାର୍ଯ୍ୟାଳୟ ପହଞ୍ଚି ସେଠାକାର କର୍ମଚାରୀଙ୍କୁ ୨୦ଲକ୍ଷ ସ୍ଵର୍ଣ୍ଣ ମୁଦ୍ରାରେ ଦଣ୍ଡିତ କରିଛନ୍ତି । ଶୌଚାଳୟ ଖରାପ ଅବସ୍ଥାରେ ଥିବା ସହ ସରକାରୀ ବସଷ୍ଟାଣ୍ଡର ଆଖ ପାଖରେ ଆବର୍ଜନାକୁ ନେଇ ଏହି ଦଣ୍ଡ ଦିଆଯାଇଛି ।
ନଗର ବୁଲିବା ସମୟରେ ମହାପ୍ରତାପୀ କଂସ ମହାରାଜା ହଠାତ ଓଡ଼ିଶା ରାଜ୍ୟ ପରିବହନ କାର୍ଯ୍ୟାଳୟ ପହଞ୍ଚିଥିଲେ । ଏଠାରେ ଶୌଚାଳୟ ଅପରିଷ୍କାର ଥିବା ଦେଖିଥିଲେ । ଏହାସହ ସରକାରୀ ବସ୍ ଷ୍ଟାଣ୍ଡର ଆଖ ପାଖରେ ଆବର୍ଜନା ମଧ୍ୟ ଜମି ରହିଥିଲା । ଏନେଇ ଓଡ଼ିଶା ରାଜ୍ୟ ପରିବହନ କାର୍ଯ୍ୟାଳୟର କର୍ମଚାରୀ ଉପରେ ବର୍ଷିଥିଲେ ମହାରାଜା କଂସ । ମହାରାଜାଙ୍କ ଦରବାରରେ ଅଭିଯୋଗ ହୋଇଥିଲା ଯେ ମଥୁରାର ସରକାରୀ ବସଷ୍ଟାଣ୍ଡ ଦୀର୍ଘ ଦିନରୁ ଅପରିଷ୍କାର ହୋଇ ପଡିରହିଛି ଏବଂ ସେଠାକାର ଶୌଚଳୟରେ ତାଲା ପକାଇ ରଖାଯାଇଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି ।
ଏହା ବି ପଢନ୍ତୁ- Dhanu Yatra: ନଗର ପରିକ୍ରମାରେ କଂସ ମହାରାଜା, ଥାନାରେ ଅପରାଧୀଙ୍କୁ କଲେ ଦଣ୍ଡିତ