ଓଡିଶା

odisha

ETV Bharat / state

ଚିନି କାରଖାନା ବନ୍ଦ ହେବାପରେ ଚିନ୍ତାରେ ଆଖୁଚାଷୀ - ugarcane farmer

ବିପଦରେ ବରଗଡର ଆଖୁଚାଷ । ହଠାତ ଜିଲ୍ଲାରେ ଚିନି କାରଖାନା ବନ୍ଦ ହୋଇଯିବାରୁ ରୋଜଗାରର ବାଟ ଖୋଜୁଛନ୍ତି ପଞ୍ଜିକୃତ ଚାଷୀ । ଅଧିକ ପଢନ୍ତୁ...

akhuchashi
ଚିନି କାରଖାନା ବନ୍ଦ ହେବାପରେ ଚିନ୍ତାରେ ଆଖୁଚାଷୀ

By

Published : Jan 15, 2020, 7:25 AM IST

ବରଗଡ: ଧାନ ଚାଷୀଙ୍କ ପରେ ଏବେ ବିପଦରେ ବରଗଡର ଆଖୁ ଚାଷୀ । ଜିଲ୍ଲାରେ ଦୀର୍ଘ ବର୍ଷରୁ ଚାଲିଆସୁଥିବା ଚିନି କାରଖାନା ବନ୍ଦ ହେବାପରେ ଜିଲ୍ଲାର ଆଖୁ ଚାଷୀ ମାନଙ୍କ ପାଇଁ ବିପଦର ଅନ୍ଧକାର ଘେରି ଆସିଛି । ୬୦୦ରୁ ଅଧିକ ଆଖୁ ଚାଷୀଙ୍କ ବିଲରେ ଆଖୁ ପଡିରହିଥିବା ବେଳେ ଏହାର ବିକ୍ରିକୁ ନେଇ ଏବେ ଚିନ୍ତାରେ ପଡିଯାଇଛନ୍ତି ଆଖୁ ଚାଷୀ ।

ଚିନି କାରଖାନା ବନ୍ଦ ହେବାପରେ ଚିନ୍ତାରେ ଆଖୁଚାଷୀ

ତେବେ ବରଗଡର ତୋରା ଠାରେ ଚିନି କାରଖାନା ଗଢିଉଠିବା ଦିନଠାରୁ ଜିଲ୍ଲାରେ ପ୍ରଚୁର ପରିମାଣରେ ଲୋକେ ଆଖୁ ଚାଷ କରି ନିଜର ଜୀବିକା ନିର୍ବାହ କରିଆସୁଥିଲେ । କାରଖାନାରେ ବହୁ ଲୋକ ରୋଜଗାର ପାଇବା ସହ ବହୁ ଚାଷୀ ଆଖୁ ଚାଷ କରିବାକୁ ଲାଗିଲେ ଏବଂ ହଜାର ହଜାର ପଞ୍ଜିକୃତ ଚାଷୀ ଚିନିକାରଖାନାରେ ନିଜର ଆଖୁ ବିକ୍ରି କରୁଥିଲେ । ମାତ୍ର ଗତ ଦୁଇ ବର୍ଷ ହେଲା ଚିନି କାରଖାନା ବନ୍ଦ ହୋଇଯିବାରୁ ପଞ୍ଜୀକୃତ ଆଖୁ ଚାଷୀ ମାନେ ତାଙ୍କର ଚାଷ ଜାରି ରଖିଛନ୍ତି । ମାତ୍ର ସେମାନଙ୍କର ଆଖୁ କେଉଁଠାରେ ବିକ୍ରି କରିବେ ଏବେ ଚିନ୍ତାର କାରଣ ପାଲଟିଛି ।

ଚିନି କାରଖାନା ପରିଚାଳନା ନିର୍ଦ୍ଦେଶକଙ୍କୁ ଏନେଇ ଚାଷୀ ମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ ବହୁ ଆଖୁ ଚାଷୀ ଚାଷୀଙ୍କ ଦାବି ଅନୁଯାୟୀ ଚିନି କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରାଇଲେ ଏଠାକାର ଆଖୁ ଚାଷୀ ଏବଂ ବହୁ କର୍ମଚାରୀ ନିଜ ପରିବାର ପୋଷଣ କରିପାରିବେ ନଚେତ ବେକାର ହୋଇ ରାସ୍ତାକଡକୁ ଆସିଯିବେ ବୋଲି କହିଛନ୍ତି । ଅନ୍ୟପଟେ ଚିନି କାରଖାନାର କର୍ମଚାରୀ ମାନେ ଦୀର୍ଘ ୨୮ ମାସ ହେଲା ତାଙ୍କର ଦରମା ପାଇପାରିନାହାନ୍ତି । ନା ସେମାନଙ୍କୁ ଦରମା ଦିଆଯାଉଛି ନାଁ କାରଖାନାଟି ସଂପୂର୍ଣ୍ଣ ବନ୍ଦ ହେଲା ବୋଲି ଘୋଷଣା କରାଯାଉଛି ।

ବରଗଡ ଚିନି କାରଖାନାକୁ ପୁନଃ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ୧୧ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ତେବେ ଏପରି ପରିସ୍ଥିତିରେ ଏଠାକାର ଆଖୁ ଚାଷୀ ଏବଂ କାରଖାନାର କର୍ମଚାରୀ ମାନେ ସମସ୍ତେ ଆଶା ବାନ୍ଧି ବସିଛନ୍ତିଯେ, ପୁଣି ଦିନେ ଏହି କାରଖାନା ପୂର୍ବ ପରି ଚାଲିବ ଏବଂ ସ୍ଥିତି ସ୍ଵାଭାବିକ ହେବ । ହେଲେ ଆଖୁ ଚାଷୀଙ୍କ ଆଖୁ ସବୁ ବିଲରେ ପଡି ନଷ୍ଟ ହେବାକୁ ବସିଲାଣି ଏବଂ ବର୍ତ୍ତମାନ ସମୟରେ ଆଖୁ ବିକ୍ରି ପାଇଁ କୌଣସି ସୁବିଧା କରାନଗଲେ ୬୦୦ ଆଖୁ ଚାଷୀଙ୍କ ହଜାର ହଜାର ଟନ ଆଖୁ ନଷ୍ଟ ହୋଇଯିବ ଏବଂ ଆଗାମୀ ଦିନରେ ବରଗଡ ଜିଲ୍ଲାରେ ଆଖୁ ଚାଷ ସମ୍ପୂର୍ଣ ଲୋପ ପାଇଯିବ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details