ବରଗଡ: ସହର ଦେଇ ଯାଇଥିବା ବାଇପାସ ଜାତୀୟ ରାଜପଥରେ ଦୀର୍ଘ ଦିନ ହେଲା ଲୁଟ୍ ଓ ଡକାୟତି ଘଟଣା ଖବର ଦେଖିବାକୁ ମିଳୁଥିଲା । ତେବେ ବରଗଡ ପୋଲିସ ଏକ ଡକାୟତି ଦଳକୁ ଗିରଫ କରିବାରେ ସକ୍ଷମ ହୋଇଛି । ଏହି 4ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଧରାପଡିବା ପରେ କିଛିଟା ଆଶ୍ଵସ୍ତି ଲାଭ କରିଛନ୍ତି ବରଗଡ ବାସିନ୍ଦା ।
ସୂଚନା ଅନୁଯାୟୀ, ଗତ ଶନିବାର ରାତି 8 ଟା 30 ମିନିଟ ସମୟରେ ବରଗଡ ଦେଇ ଯାଇଥିବା ଜାତୀୟ ରାଜପଥରେ ଏକ ପିକଅପ ଭ୍ୟାନକୁ ପାଞ୍ଚ ଜଣ ଡକାୟତ ଲୁଟି ନେଇଯାଇଥିଲେ । ଅମୂଲ୍ୟ ବେହେରା ନାମକ ଢେଙ୍କାନାଳର ଜଣେ ଡ୍ରାଇଭର ଏକ ପିକଅପ ଭ୍ୟାନରେ ବରପାଲିକୁ ଜିନିଷ ଧରି ଫେରୁଥିଲେ । ଏହି ସମୟରେ ବରପାଲି ଠାରେ ଜଣେ ଅଜଣା ବ୍ୟକ୍ତି ବରଗଡ ପର୍ଯ୍ୟନ୍ତ ଲିଫ୍ଟ ମାଗିଥିଲେ । ଡ୍ରାଇଭର ଅମୂଲ୍ୟ ସାହୁ ସେହି ଅଜଣା ବ୍ୟକ୍ତିଙ୍କୁ ବରଗଡ ପର୍ଯ୍ୟନ୍ତ ଆଣୁଥିବା ସମୟରେ ବରଗଡ ବାଇପାସ ରାସ୍ତାର ଏକ ନିଛାଟିଆ ସ୍ଥାନରେ ଗାଡିକୁ ଅଟକାଇବାକୁ କହିଥିଲେ ।