ଓଡିଶା

odisha

ETV Bharat / state

ବରପାଲିରେ ଦିନ ଦ୍ବିପ୍ରହରରେ ଡକାୟତି ଉଦ୍ୟମ - ବରପାଲି

ବରପାଲି ବଲାଙ୍ଗୀର ରାସ୍ତା ଉପରେ ଏକ ବସ୍ତ୍ରାଳୟ ସମ୍ମୁଖରେ ବନ୍ଧୁକ ଦେଖାଇ ଲୁଟ କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଦୁର୍ବୃତ୍ତକୁ କାବୁ କରି ତାଠାରୁ ବନ୍ଧୁକ ଛଡାଇବାରେ ସଫଳ ହୋଇଛନ୍ତି । ଦୁର୍ବୃତ୍ତକୁ ଲୋକେ ବରପାଲି ପୋଲିସ ଜିମାରେ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : Jun 23, 2019, 10:41 PM IST

Updated : Jun 23, 2019, 11:22 PM IST

ବରଗଡ: ବରପାଲିଠାରେ ଦିନକୁ ଦିନ ଅପରାଧିକ ମାମଲା ବଢିଚାଲିଛି । ଏଠାକାର ଜନସାଧାରଣଙ୍କ ପୋଲିସ ଉପରୁ ଭରସା ଉଠିଗଲାଣି । ବରପାଳିରେ ଚୋରି, ଡକାୟତି ଏକ ଦୈନନ୍ଦିନ ଘଟଣା ପରି ହୋଇଥିବା ବେଳେ ପୋଲିସର ଅପାରଗତା ଯୋଗୁଁ ଅପରାଧୀ ମାନଙ୍କର କାର୍ଯ୍ୟକଳାପ ଦିନକୁ ଦିନ ବଢିଚାଲିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରପାଲି ଏବେ ଆନ୍ତଃରାଜ୍ୟ ଡକାୟତ ଦଳ ମାନଙ୍କର ଆଡ୍ଡା ସ୍ଥଳି ପାଲଟିଛି । ଅଞ୍ଚଳର ବହୁ ବୁଦ୍ଧିଜୀବୀ ବରଗଡ ଜିଲ୍ଲା ପୋଲିସ ଅଧିକାରୀଙ୍କୁ ବାରମ୍ବାର ଏ ଦିଗରେ ଅଭିଯୋଗ କରିବା ସତ୍ତ୍ବେ ମଧ୍ୟ ବରପାଲି ପୋଲିସର ନିଷ୍କ୍ରିୟତା ଯୋଗୁଁ ଆଜି ଦିନ ଦ୍ବିପ୍ରହରରେ ମଧ୍ୟ ଅପରାଧୀମାନେ ବନ୍ଧୁକ ଦେଖାଇ ଲୁଟ କରିବା ପାଇଁ ସାହସ ରଖୁଛନ୍ତି ।

ସହରର ମୁଖ୍ୟ ବରପାଲି ବଲାଙ୍ଗୀର ରାସ୍ତା ଉପରେ ଶ୍ରୀ କୃଷ୍ଣ ସମ୍ବଲପୁରୀ ବସ୍ତ୍ରାଳୟ ସମ୍ମୁଖରେ ବନ୍ଧୁକ ଦେଖାଇ ଲୁଟ କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଦୁର୍ବୃତ୍ତକୁ କାବୁ କରି ତାଠାରୁ ବନ୍ଧୁକ ଛଡାଇବାରେ ସଫଳ ହୋଇଛନ୍ତି । ମହଦା ଗ୍ରାମପଞ୍ଚାୟତର ସରପଞ୍ଚଙ୍କର ସ୍ଵାମୀ ତଥା ପୂର୍ବତନ ସରପଞ୍ଚ ନାରାୟଣ ପ୍ରଧାନ 2 ଲକ୍ଷ ଟଙ୍କା ଧରି ଯାଉଥିବା ସମୟରେ ବରପାଲିର ଏକାଦଶୀ ମାଝିଙ୍କ ପୁଅ ଟୁନୁ ମାଝୀ ନାମକ ଜଣେ ନିଶାଖୋର ଦୁର୍ବୃତ୍ତ ନାରାୟଣଙ୍କ ମୁଣ୍ଡରେ ବନ୍ଧୁକ ରଖି ଲୁଟ କରିବାକୁ ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକେ ଦୁର୍ବୃତ୍ତ ଠାରୁ ବନ୍ଧୁକ ଛଡାଇ ତାକୁ କାବୁ କରି ବରପାଲି ପୋଲିସ ଜିମାରେ ଦେଇଛନ୍ତି ।

ବରପାଲି ଅଞ୍ଚଳରେ ବାରମ୍ବାର ରାସ୍ତାରେ ଲୋକଙ୍କ ଠାରୁ ଲୁଟ ଓ ଡକାୟତି ଲାଗିରହିଥିବା ବେଳେ ପୋଲିସର ନିଷ୍କ୍ରିୟତା ଯୋଗୁଁ ଲୋକଙ୍କ ମଧ୍ୟରେ ପୋଲିସ ଉପରେ ଆକ୍ରୋଶ ବଢିଚାଲିଛି ।


ବରଗଡରୁ ରାଜେଶ କୁମାର ସରାପ, ଇଟିଭି ଭାରତ

Last Updated : Jun 23, 2019, 11:22 PM IST

ABOUT THE AUTHOR

...view details