ବରଗଡ଼: ଦୁଷ୍କର୍ମର ଶିକାର ହୋଇ ସନ୍ତାନ ଜନ୍ମ କଲେ ଜଣେ ଅବିବାହିତା । ନ୍ୟାୟ ପାଇବା ଆଶାରେ ବାରମ୍ବାର ଏ ଅଫିସରୁ ସେ ଅଫିସ ଦୌଡୁଛନ୍ତି । ତା ଉପରେ ପୁଣି ଲକଡାଉନ ଦୁଃଖ । ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ମିଳୁଥିବା ସହାୟତା ରାଶି ମଧ୍ୟ ମହିଳା ଜଣକ ପାଇପାରିନାହାନ୍ତି । ଯାହାକୁ ନେଇ ସେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଲକଡାଉନ ଦୁଃଖ: ସରକାରୀ ସହାୟତା ଅପେକ୍ଷାରେ ଦୁଷ୍କର୍ମ ପୀଡିତା - Government aid
ଦୁଷ୍କର୍ମର ଶିକାର ହୋଇ ସନ୍ତାନ ଜନ୍ମ କଲେ ଅବିବାହିତା ଶିକ୍ଷୟତ୍ରୀ । ଅର୍ଥାଭାବ କାରଣରୁ ବହୁ ଅସୁବିଧା ଭୋଗୁଥିବା ମହିଳା ଜଣଙ୍କୁ ସରକାରୀ ସହାୟତା ମଧ୍ୟ ଏଯାଏଁ ମିଳିପାରିନାହିଁ । ଅଧିକ ପଢନ୍ତୁ...
ଲକଡାଉନ ଦୁଃଖ: ସରକାରୀ ସହାୟତା ଅପେକ୍ଷାରେ ଦୁଷ୍କର୍ମ ପୀଡିତା
ମହିଳା ଜଣକ ଜଣେ ଶିକ୍ଷୟତ୍ରୀ । ବିବାହ ପ୍ରତିଶୃତି ଦେଇ ଦୁଷ୍କର୍ମ କରିଥିବା ଅନ୍ୟଜଣେ ଶିକ୍ଷକଙ୍କ କୁକର୍ମର ପରିଣାମ ଏହି ଶିକ୍ଷୟତ୍ରୀ ଏବେ ଭୋଗୁଛନ୍ତି । ଜାତିରେ ଛୋଟ କହି ବିବାହ କରିବେ ନାହିଁ ବୋଲି ମନା କରି ଦେଇଥିବା ଶିକ୍ଷକ ଜଣକ ଏବେ ଜେଲରେ ଥିବା ବେଳେ ତାଙ୍କର ଜନ୍ମିତ ଶିଶୁର ଲାଳନ ପାଳନ ପାଇଁ ଲକଡାଉନ ସମୟରେ ଅସହାୟ ହୋଇପଡିଛନ୍ତି ମହିଳା ଜଣକ । ଅର୍ଥାଭାବ କାରଣରୁ ବହୁ ଅସୁବିଧା ଭୋଗୁଥିବା ମହିଳା ଜଣଙ୍କୁ ସରକାରୀ ସହାୟତା ମିଳିବାକୁ ଥିବା ୫ ଲକ୍ଷ ଟଙ୍କା ବି ଏଯାଏଁ ମିଳିପାରିନାହିଁ ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ