ଓଡିଶା

odisha

ETV Bharat / state

କୁନି ପୁଅର ପରିବାର ଚିନ୍ତା, ଚଣା ବିକି ଚଳାଉଛନ୍ତି ପରିବାର - bargarh weaver needs govt help to survive

ଗରିବଙ୍କ ପାଇଁ ସରକାରଙ୍କର ରହିଛି ନାନା ଯୋଜନା । ହେଲେ କେତେ ପରିବାର ଏହି ଯୋଜନାର ଲାଭ ଉଠାଉଛନ୍ତି ? ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ତାଳପାଳି ପଞ୍ଚାୟତ ଅଇଁଲାଭଟା ଗ୍ରାମର ବୁଣାକାର ପୁରୁଷୋତ୍ତମ ମେହେରଙ୍କୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି । ଅଧିକ ପଢନ୍ତୁ...

କୁନି ପୁଅର ପରିବାର ଚିନ୍ତା , ଚଣା ବିକି ଚଳାଉଛନ୍ତି ପରିବାର
କୁନି ପୁଅର ପରିବାର ଚିନ୍ତା , ଚଣା ବିକି ଚଳାଉଛନ୍ତି ପରିବାର

By

Published : Jun 14, 2020, 8:41 AM IST

ବରଗଡ: ଲକଡାଉନ ଯୋଗୁଁ ଜୀବିକା ହରାଇ ବସିଛନ୍ତି ଅନେକ ଲୋକ । ଘର ଚଳାଇବା ଅନେକଙ୍କ ପକ୍ଷେ କଷ୍ଟକର ହୋଇପଡିଛି । ସରକାରଙ୍କ ସହାୟତା ଅନେକଙ୍କୁ ମିଳିଥିବା ବେଳେ ଅନେକ ଯୋଜନାଠୁ ବହୁ ଦୂରରେ । ଏଥିରୁ ବାଦ ପଡିନାହାନ୍ତି ବୁଣାକାର । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ତାଳପାଳି ପଞ୍ଚାୟତ ଅଇଁଲାଭଟା ଗ୍ରାମର ବୁଣାକାର ପୁରୁଷୋତ୍ତମ ମେହେର । ଲକଡାଉନ ଯୋଗୁଁ ସବୁକିଛି ଠପ ହୋଇଯାଇଥିବା ଫଳରେ ଏବେ ଘରେ ହାତ ବାନ୍ଧି ବସିଛନ୍ତି । ଏତିକିବେଳେ ଘରର ବୋଝ ଉଠାଉଛି କୁନି ପୁଅ ।

କୁନି ପୁଅର ପରିବାର ଚିନ୍ତା , ଚଣା ବିକି ଚଳାଉଛନ୍ତି ପରିବାର

ପୁଅ ପ୍ରକାଶ ମେହେର ନବମ ଶ୍ରେଣୀର ଛାତ୍ର । ଦିନରେ ପାଠ ପଢୁଥିବା ବେଳେ ଖର ଖର୍ଚ୍ଚ ଉଠାଇବା ପାଇଁ ସନ୍ଧ୍ୟା ବେଳେ ଗାଁ ଦାଣ୍ଡରେ ବସି ମୁଢି, ଚଣା ଆଦି ବିକ୍ରି କରୁଛନ୍ତି । ସେଥିରୁ ଯେତିକି ମିଳୁଛି ସେତିକିରେ ଘର ଚଳୁଛି । ସେପଟେ ଏଯାଏଁ ସରକାରଙ୍କ ତରଫରୁ କୌଣସି ସହାୟତା ମିଳିପାରିନାହିଁ । ସରକାର ଗରିବଙ୍କ ପାଇଁ ଯୋଜନା ପ୍ରଣୟନ କରୁଛନ୍ତି ସତ ହେଲେ ଯୋଜନାରୁ ବହୁ ଦୂରରେ ଏହି ଗରିବ ପରିବାର ।

ଖାଲି ଏବେ ନୁହେଁ ପୁରୁଷୋତ୍ତମଙ୍କ ପରିବାର ପୂର୍ବରୁ ମଧ୍ୟ ଅନେକ ଯୋଜନାରୁ ସେ ବଞ୍ଚିତ । ଘର ଖଣ୍ଡିଏ ପାଇଁ ସରପଞ୍ଚଠୁ ବିଡିଓ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହୋଇଗଲେଣି ହେଲେ ଏଯାଏଁ ଘର ଖଣ୍ଡିଏ ମିଳି ପାରି ନାହିଁ । ସେପଟେ ସରକାରଙ୍କ ସହାୟତା ଲୋଡିଛନ୍ତି ପରିବାର ।

ବରଗଡରେ ରାଜେଶ ସରାପ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details