ଓଡିଶା

odisha

By

Published : Apr 21, 2022, 5:24 PM IST

ETV Bharat / state

ମୃତଦେହ ରଖି 16 ଘଣ୍ଟା ଗ୍ରାମବାସୀଙ୍କ ରାସ୍ତା ଅବରୋଧ, ପ୍ରଶାସନର ନାହିଁ ନିଘା

ବରଗଡ଼ ଭଟଲି ରୋଡ ନିକଟରେ ବୁଧବାର ହୋଇଥିବା ସଡ଼କ ଦୁର୍ଘଟଣାକୁ ନେଇ ୧୬ ଘଣ୍ଟା ଧରି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

ମୃତଦେହ ରଖି 16 ଘଣ୍ଟା ଗ୍ରାମବାସୀଙ୍କ ରାସ୍ତା ଅବରୋଧ, ପ୍ରଶାସନର ନାହିଁ ନିଘା
ମୃତଦେହ ରଖି 16 ଘଣ୍ଟା ଗ୍ରାମବାସୀଙ୍କ ରାସ୍ତା ଅବରୋଧ, ପ୍ରଶାସନର ନାହିଁ ନିଘା

ବରଗଡ଼:ବୁଧବାର ହୋଇଥିବା ସଡ଼କ ଦୁର୍ଘଟଣାକୁ ନେଇ ଆଜି(ଗୁରୁବାର) ମଧ୍ୟ ବରଗଡ଼ ଭଟଲି ଛକରେ ବ୍ୟାପକ ଆନ୍ଦୋଳନ କରିଛନ୍ତି ସ୍ଥାନୀୟ ଲୋକେ । ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଓ ଟ୍ରାଫିକ ସମସ୍ୟାର ସମାଧାନ ଦାବି କରି ଲୋକମାନେ ୧୬ ଘଣ୍ଟା ଧରି ରାସ୍ତା ଅବରୋଧ କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ନଥିବା ଦେଖିବାକୁ ମିଳିଛି ।

ମୃତଦେହ ରଖି 16 ଘଣ୍ଟା ଗ୍ରାମବାସୀଙ୍କ ରାସ୍ତା ଅବରୋଧ, ପ୍ରଶାସନର ନାହିଁ ନିଘା

ଗତକାଲି ବରଗଡ଼ ଭଟଲି ରୋଡ଼ ସ୍ଥିତ ଗାଡି ଶୋ'ରୁମ ସମ୍ମୁଖରେ ହୋଇଥିବା ସଡ଼କ ଦୁର୍ଘଟଣାରେ ସ୍ଥାନୀୟ ସାର କାରଖାନା ସମ୍ମୁଖ ନଦୀପଡାର ବାସିନ୍ଦା କିଶୋର କୁମାର ବେଳଘରିଆ ନାମକ ଯୁବକଙ୍କ ମୃତ୍ୟୁ ହୋଇଥିଲା । ସେ ଅନ୍ୟ ଏକ ବାଇକ ଶୋ' ରୁମରେ ଡ୍ରାଇଭର ଭାବରେ କାମ କରୁଥିଲେ । ଗତକାଲି ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ଟ୍ରକ ଚାପାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୋଲିସ ହେପାଜତରେ ନିଆଯାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି ।

ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିବା ସହିତ ମୃତଦେହକୁ ରାସ୍ତା ଉପରେ ରଖିଛନ୍ତି । ତେବେ ଗରକାଲି ଠାରୁ ଦୀର୍ଘ 17 ଘଣ୍ଟା ହେଲା ବର୍ତମାନ ମଧ୍ୟ ଭଟଲି ଛକ ସମେତ ଜାତୀୟ ରାଜପଥକୁ ମଧ୍ୟ ଆନ୍ଦୋଳନକାରୀ ଅବରୋଧ କରିଥିବା ଦେଖିବାକୁ ମିଳିଛି । ତେବେ ଗତକାଲିଠୁ ଏ ଆନ୍ଦୋଳନ ଚାଲିଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ଉପରିସ୍ଥ ଅଧିକାରୀ ଆସି ନାହାନ୍ତି । ଯାହାଫଳରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details