ଓଡିଶା

odisha

ETV Bharat / state

ପଞ୍ଚଭୁତରେ ଲୀନ ହେଲେ ମହେନ୍ଦ୍ର ବଢ଼େଇ, ଟାଲ ଗ୍ରାମରେ ହେଲା ଶେଷକୃତ୍ୟ - ବରିଷ୍ଠ ବିଜେଡି ନେତା ମହେନ୍ଦ୍ର ବଢ଼େଇ

ପଞ୍ଚଭୂତରେ ଲୀନ ହେଲେ ବରିଷ୍ଠ ବିଜେଡି ନେତା ମହେନ୍ଦ୍ର ବଢ଼େଇ । କିଛି ଦିନ ତଳେ ହୃଦ୍‌ଘାତଜନିତ ସମସ୍ୟା କାରଣରୁ ସେ ଚିକିତ୍ସାଧୀନ ଥିବା ବେଳେ ଗତ ଗୁରୁବାର ଦିନ ତାଙ୍କର ଦେହାନ୍ତ ହୋଇଥିଲା । ଅଧିକ ପଢନ୍ତୁ

last rites of BJD leader mahendra badhei
last rites of BJD leader mahendra badhei

By ETV Bharat Odisha Team

Published : Sep 9, 2023, 7:30 AM IST

last rites of BJD leader mahendra badhei

ବରଗଡ: ପଞ୍ଚଭୂତରେ ଲୀନ ହେଲେ ରାଜ୍ୟ ପନ୍ୟାଗାର ନିଗମ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ମହେନ୍ଦ୍ର ବଢ଼େଇ । ଗତ ଗୁରୁବାର ତାଙ୍କର ୫୨ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । କିଛି ଦିନ ତଳେ ହୃଦ୍‌ଘାତଜନିତ ସମସ୍ୟା କାରଣରୁ ସେ ଚିକିତ୍ସାଧୀନ ଥିଲେ । ତେବେ ଗତକାଲି ତାଙ୍କର ବରଗଡର ପଦ୍ମପୁରସ୍ଥିତ ତାଙ୍କର ପୈତୃକ ଗ୍ରାମ ଟାଲଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ପୁଅ ମନିଷ ବଢ଼େଇ ମୁଖାଗ୍ନି ଦେଇଥିଲେ ।

ଗତକାଲି ଭୁବନେଶ୍ୱରରୁ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ନିଜ ଭିଟାମାଟି ଟାଲ ଗ୍ରାମକୁ ଅଣାଯାଇଥିଲା । ଗ୍ରାମରେ ତାଙ୍କର ମର ଶରୀର ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଯାଇଥିଲା । ତାଙ୍କ ଶେଷ ଦର୍ଶନ କରିବାକୁ ଟାଲ ଗ୍ରାମରେ ଜନସମୁଦ୍ର ଦେଖିବାକୁ ମିଳିଥିଲା l ତେବେ ସ୍ବର୍ଗତ ମହେନ୍ଦ୍ରଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶେଷ ଦର୍ଶନରେ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବରିଷ୍ଠ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସମେତ ସମର୍ଥକ ତଥା ପ୍ରାୟ ସବୁ ଦଳର ଲୋକେ ଓ ହଜାର ହଜାର ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ତାଙ୍କ ଏହି ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ । ଏହା ପରେ ଟାଲ ଗ୍ରାମ ସ୍ଥିତ ଗାଁ ମଶାଣୀରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- Surjya patra demise: ପୈତୃକ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ, ପୁଅ ବିପ୍ଳବ ପାତ୍ର ଦେଲେ ମୁଖାଗ୍ନୀ

ପ୍ରକାଶ ଥାଉକି, ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ରାଜବୋରାସମ୍ବର ବ୍ଲକ ଅନ୍ତର୍ଗତ ଟାଳ ଗ୍ରାମର ଓଡିଶା ରାଜ୍ୟ ପାଣ୍ୟାଗାର ନିଗମ ଅଧ୍ୟକ୍ଷ ମହେନ୍ଦ୍ର ବଢେଇ । ଗତ ଗୁରୁବାର ରାତି 10 ଟା ସମୟରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା l ଦୁଇଦିନ ତଳେ ସେ ହସ୍ପିଟାଲରେ ହୃଦବିଭାଗରେ ଭର୍ତ୍ତି ହୋଇଥିଲେ ଏବଂ ଅସ୍ତ୍ରୋପ୍ରଚାର କରାଇଥିଲେ l

ତାଙ୍କର ହାର୍ଟ ବ୍ଲକେଜ ଥିବାରୁ ହସ୍ପିଟାଲରେ 4 ଗୋଟି ଷ୍ଟେନ ଲଗାଯାଇଥିଲା ଏବଂ ସେ ସୁସ୍ଥ ମଧ୍ୟ ଥିଲେ । ମାତ୍ର ଗତ ଗୁରୁବାର ରାତିରେ ହଠାତ ତାଙ୍କର ହୃଦଘାତ ହୋଇଥିଲା ଏବଂ ସେ ହୃଦଘାତରେ ମୃତ୍ୟୁବରଣ କରିଥିଲେ l ବରଗଡ ଜିଲ୍ଲା ପଦମପୁର ବ୍ଲକ ଅନ୍ତର୍ଗତ ସ୍ବର୍ଗତ ବଢେଇ ଲୋକଙ୍କ ସେବା କରିବା ପାଇଁ ଓଡିଶା ପ୍ରଶାସନିକ ସେବା ପଦବୀରୁ ଇସ୍ତଫା ଦେଇ ବିଜେଡ଼ି ଦଳରେ ସାମିଲ ହୋଇଥିଲେ । ପଦ୍ମପୁର ଅଞ୍ଚଳରେ ବିଜେଡିର ଜଣେ ଉତ୍ସର୍ଗୀକୃତ କର୍ମୀ ଭାବରେ ଲୋକଙ୍କ ସେବା କରି ଆସୁଥିଲେ । ସେ ଓଡିଶା ପଣ୍ୟାଗାର ନିଗମର ଅଧ୍ୟକ୍ଷ ତଥା ବିଜେଡି ଦଳର ମୁଖପାତ୍ର ଥିଲେ । ତେବେ ମହେନ୍ଦ୍ର ବଢ଼େଇଙ୍କ ମୃତ୍ୟୁର ଖବର ପ୍ରଚାରିତ ହେବା ପରେ ପଦ୍ମପୁର ଅଞ୍ଚଳ ତଥା ସାରା ବରଗଡ଼ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଥିଲା ।


ଇଟିଭି ଭାରତ, ବରଗଡ

ABOUT THE AUTHOR

...view details