ଓଡିଶା

odisha

ETV Bharat / state

ସାକାର ହେଲା ସ୍ବପ୍ନ, ଅତାବିରାରେ ଛିଡା ହେଲା 182 ପକ୍କା ଘର

ବରଗଡରେ ଜାଗା ମିଶନ ଯୋଜନାରେ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରାଯିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ବାବଦକୁ 2 ଲକ୍ଷ ଟଙ୍କା ସହାୟତା ମିଳିଛି । ଅଞ୍ଚଳରେ ପ୍ରଥମ ପ୍ରର୍ଯ୍ୟାୟରେ 182ଟି କଚ୍ଚା ଘର ପକ୍କା ଘରରେ ପରିଣତ ହୋଇଛି । ଅଧିକ ପଢନ୍ତୁ...

ସାକାର ହେଲା ସ୍ବପ୍ନ, ଅତାବିରାରେ ଛିଡା ହେଲା 182 ପକ୍କା ଘର
ସାକାର ହେଲା ସ୍ବପ୍ନ, ଅତାବିରାରେ ଛିଡା ହେଲା 182 ପକ୍କା ଘର

By

Published : Nov 19, 2020, 4:49 AM IST

ବରଗଡ: ଜିଲ୍ଲା ସ୍ଥିତ ଅତାବିରା ବିଜ୍ଞାପିତ ଅଞ୍ଚଳରେ ପକ୍କାଘର ନିର୍ମାଣ ସ୍ବପ୍ନ ହୋଇଛି ସାକାର । ଅଞ୍ଚଳର ପ୍ରାୟ 182ଟି କଚ୍ଚା ଘର ପକ୍କାଘରରେ ପରିଣତ ହୋଇଛି । ଯେଉଁମାନେ ଦିନେ ଝୁମ୍ପୁଡି, ମାଟିଝାଟି ଘରେ ଶୀତ, ବର୍ଷା ଏବଂ ଖରାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ସେମାନେ ବର୍ତ୍ତମାନ ଆବାସ ଯୋଜନାରେ ଘରଖଣ୍ଡିଏ ପାଇ ବେଶ ଖୁସି ଅଛନ୍ତି ।

ସାକାର ହେଲା ସ୍ବପ୍ନ, ଅତାବିରାରେ ଛିଡା ହେଲା 182 ପକ୍କା ଘର

ରାଜ୍ୟସରକାରଙ୍କ ପକ୍ଷରୁ ଜାଗା ମିଶନ ଯୋଜନାରେ ଭୂମିହୀନ ପରିବାରଙ୍କୁ ପଟ୍ଟା ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ 2 ଲକ୍ଷ୍ୟ ଟଙ୍କା ଆର୍ଥିକ ସହାୟତା ଯୋଗାଯାଇଛି । ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦର 1031 ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ପ୍ରଥମ ପର୍ଯ୍ୟାୟରେ 265 ହିତାଧିକାରୀଙ୍କୁ ଆବାସ ଘର ମିଳିଛି ।

ଅନ୍ୟ ହିତାଧିକାରୀଙ୍କୁ ଯୋଜନାରେ ପରବର୍ତ୍ତି ସମୟରେ ସାମିଲ କରାଯିବ ବୋଲି ବିଧାୟିକ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି । ସହରାଞ୍ଚଳରେ ପକ୍କାଘର ଖଣ୍ଡିଏ ତିଆରି କରିବା ସମସ୍ତଙ୍କ ସ୍ବପ୍ନ ଥାଏ । ଗରିବ ଭୂମିହୀନଙ୍କ ଏହି ସ୍ବପ୍ନକୁ ସାକାର କରିଛନ୍ତି ରାଜ୍ୟସରକାର । ପ୍ରଥମେ ଜାଗା ମିଶନରେ ଜମି ପଟ୍ଟା ଦେବା ପରେ ଆବାସ ଯୋଜନାରେ ଘର ଯୋଗାଇ ଉଦାହରଣ ସାଜିଛି ଅତାବିରା ବିଜ୍ଞାପିତ ପରିଷଦ ।
ବରଗଡରୁ ରାଜେଶ ସରାପ୍, ଇଟିଭି ଭାରତ

ABOUT THE AUTHOR

...view details