ବରଗଡ଼:ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଗୋବିନ୍ଦପାଲିରେ ଅଭାବନୀୟ ଘଟଣା । ଶୌଚାଳୟ ଟାଙ୍କି ଭିତରେ ଚାଲିଗଲା ଶ୍ରମିକଙ୍କ ଜୀବନ । ନଦୀମ ନାମକ ଜଣେ ଠିକାଦାରଙ୍କ ଅଧିନରେ କାମ କରୁଥିବା ଏହି ଦୁଇ ଶ୍ରମିକଙ୍କୁ ପୂର୍ବ ନିର୍ମିତ ଏକ ଶୌଚାଳୟ ଟାଙ୍କି ଭିତରକୁ ଯାଇ କାମ କରିବାକୁ କୁହାଯାଇଥିଲା । ପରେ ଦୁଇ ଶ୍ରମିକ ଟାଙ୍କି ଭିତରକୁ ପ୍ରବେଶ କରିଥିଲେ । ମାତ୍ର ଟାଙ୍କି ଭିତରକୁ ପ୍ରବେଶ କରିବା ମାତ୍ରେ ଉଭୟ ଅଚେତ ହୋଇଯାଇଥିଲେ ।
ଏହାପରେ ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବରଗଡ଼ ଟାଉନ ସ୍ଥିତ ପୁରୁଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେଠାରେ ଜଣେ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଶ୍ରମିକ ଜଣକ ଛତିଶଗଡ଼ ରାଜ୍ୟର ସରାସିଂହା ଗ୍ରାମର କପିଳଦେବ ଆୱାରେ ବୋଲି ଜଣାପଡ଼ିଛି ।