ଓଡିଶା

odisha

ETV Bharat / state

ଲେବର କାର୍ଡ଼ ପାଇଁ ହନ୍ତସନ୍ତ ବରଗଡ ଚାଷୀ ଓ ଶ୍ରମିକ - labour card

ଲେବର କାର୍ଡ଼ ପାଇଁ ବରଗଡ ଜିଲ୍ଲାରେ ଚାଷୀ ଓ ଶ୍ରମିକ ହନ୍ତସନ୍ତ। ଭୋର ୫ ଟାରୁ ଶ୍ରମିକ ମାନେ ବରଗଡ଼ରେ ପହଞ୍ଚି ଲାଇନରେ ଲାଗୁଥିଲେ ବି ପଞ୍ଜୀକରଣ ହୋଇପାରୁନାହିଁ । ଅଧିକ ଖବର ପଢନ୍ତୁ...

labour card
ଲେବର କାର୍ଡ଼ ପାଇଁ ହନ୍ତସନ୍ତ ଓ ଖର୍ଚ୍ଚାନ୍ତ ହେଉଛି ବରଗଡ ଚାଷୀ

By

Published : Dec 10, 2019, 11:36 PM IST

ବରଗଡ: ଲେବର କାର୍ଡ଼ ଖଣ୍ଡିଏ ପାଇଁ ହନ୍ତସନ୍ତ ବରଗଡ ଜିଲ୍ଲାର ହଜାର ହଜାର ଶ୍ରମିକ । ଜିଲ୍ଲାରେ କେବଳ ଶ୍ରମିକ ନୁହେଁ ବରଂ ଚାଷୀ ମଧ୍ୟ ନିଜର ପରିଚୟ ପତ୍ର ପାଇଁ ନାକେଦମ ହୋଇଗଲେଣି । ଏପଟେ ସରକାରଙ୍କ ଯୋଜନା ମୁତାବକ ଲେବର କାର୍ଡ଼ ନହେଲେ ସରକାରୀ ଯୋଜନା ଅନ୍ତର୍ଭୁକ୍ତ ହୋଇପାରିବେ ନାହିଁ ବୋଲି କଡା ନିର୍ଦ୍ଦେଶ ।

ଲେବର କାର୍ଡ଼ ପାଇଁ ହନ୍ତସନ୍ତ ବରଗଡ ଚାଷୀ ଓ ଶ୍ରମିକ

ସୂଚନା ଅନୁସାରେ,ଜିଲ୍ଲାର ୧୨ ଗୋଟି ବ୍ଲକରୁ ପ୍ରତିଦିନ ବରଗଡ଼ ସହରକୁ ଶ୍ରମିକ ମାନେ କାମଧନ୍ଦା ଛାଡି ଧାଉଁଛନ୍ତି ଲେବର କାର୍ଡ଼ର ପଞ୍ଜିକରଣ କରିବାକୁ । ହେଲେ ପ୍ରବଳ ଭିଡ଼ ଯୋଗୁଁ ପଞ୍ଜିକରଣ କରିନପାରି ଫେରିଯାଉଛନ୍ତି ।ଏପଟେ ଜିଲ୍ଲାର ସମସ୍ତ ଶ୍ରମିକ ୧୦୦ ଟଙ୍କା ଲେଖାଏଁ ସରକାରଙ୍କୁ ପୈଠ କରି ଲେବର କାର୍ଡ଼ ପଞ୍ଜିକରଣ କରୁଥିବା ବେଳେ ଦୂରଦୂରାନ୍ତରୁ ବରଗଡ଼କୁ ଆସି ଏହି କାର୍ଡ ପଞ୍ଜିକରଣ କରୁଥିବା ଶ୍ରମିକଙ୍କୁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି ।

ଏପଟେ ଜିଲ୍ଲାରେ ଲକ୍ଷାଧିକ ଶ୍ରମିକ ରହିଥିବା ବେଳେ ପଞ୍ଜିକରଣ ପାଇଁ ଶ୍ରମିକଙ୍କ ଭିଡକୁ ଦେଖି ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ପ୍ରତ୍ୟେକ ବ୍ଲକ ପାଇଁ ଭିନ୍ନ ଭିନ୍ନ ଦିନ ଧାର୍ଯ୍ୟ କରାଯାଇଛି । ତଥାପି ମଧ୍ୟ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତ୍ୟେକ ଦିନ ଶ୍ରମିକଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳୁଛି ।

ଭୋର ୫ ଟାରୁ ଶ୍ରମିକ ମାନେ ବରଗଡ଼ରେ ପହଞ୍ଚି ଲାଇନରେ ଲାଗୁଛନ୍ତି ଏବଂ ଭୋକ ଉପାସରେ ସନ୍ଧ୍ୟା ପର୍ଯ୍ୟନ୍ତ ପଞ୍ଜିକରଣ କାମକରି ଫେରୁଛନ୍ତି । କିନ୍ତୁ ଲାଇନ ନଥିଲେ କିମ୍ବା ଇଣ୍ଟରନେଟ ସେବା ବନ୍ଦ ଥିଲେ ପଞ୍ଜିକରଣ ହୋଇପାରୁନାହିଁ ଏବଂ ପୁଣି ଗୋଟେ ମାସ ଅପେକ୍ଷା କରିବାକୁ ପଡୁଛି ପଞ୍ଜିକରଣ କରିବାକୁ ।

ବିଶେଷ କରି ମହିଳା ଶ୍ରମିକ ମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ଲେବର କାର୍ଡ଼ ପଞ୍ଜିକରଣ ପଞ୍ଚାୟତ ସ୍ତରର କରାଯାଉ ବୋଲି ଶ୍ରମିକ ମାନେ ଦାବି କରିଛନ୍ତି ।


ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ABOUT THE AUTHOR

...view details