ବରଗଡ:ନଭେମ୍ବର ୧୮ରେ ପଶ୍ଚିମ ଓଡିଶାରେ ହେବ କୋଶଲ ମହାବନ୍ଦ । ଆଜି ଏନେଇ ଏକ ସାମ୍ବାଦିକ ସମ୍ବିଳନୀରେ ଜଣାଇଛି କୋଶଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି । ନଭେମ୍ବର 15ରେ ହେବାକୁ ଥିବା କୋଶଳ ମହାବନ୍ଦକୁ ସ୍ଥଗିତ କରାଯାଇ 3 ଦିନ ଆଗକୁ ଘୁଞ୍ଚା ଯାଇଛି । ଦୀର୍ଘ ବର୍ଷରୁ ପଶ୍ଚିମାଞ୍ଚଳକୁ ଏକ ସ୍ଵତନ୍ତ୍ର କୋଶଳ ରାଜ୍ୟ ଘୋଷଣା ଦାବିରେ ଆନ୍ଦୋଳନ ଚଳାଇ ଆସୁଥିବା କୋଶଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି ଦ୍ଵାରା ପ୍ରତିବର୍ଷ ନଭେମ୍ବର ମାସରେ ମହାବନ୍ଦ ଡାକରା ଦିଆଯାଇଥାଏ । ତେବେ ଚଳିତ ବର୍ଷ ଏହି ମହାବନ୍ଦ ଆସନ୍ତା ନଭେମ୍ବର 18 ତାରିଖରେ କରାଯିବ ବୋଲି ଆଜି କୋଶଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି (ଶୁକ୍ରବାର) ମଧ୍ୟାହ୍ନରେ କୋଶଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବରଗଡ଼ର ସ୍ଥାନୀୟ ଆଗ୍ରଗାମୀ ଯୁବକ ସଂଘ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିର୍ସାମୁଣ୍ଡା ଜୟନ୍ତୀ ଓ ଜୁନିୟର ଶିକ୍ଷକ ପରୀକ୍ଷା ପାଇଁ କୋଶଲ୍ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତା 15 ତାରିଖରେ ଦିଆଯାଇଥିବା ମହାବନ୍ଦ ଡାକରାକୁ ବାତିଲ କରାଯାଇ ଆସନ୍ତା ନଭେମ୍ବର ୧୮ ଶନିବାର ଦିନ ମହାବନ୍ଦ ଡ଼ାକରା ଦେଇଛି କମିଟି ।
ଏହା ମଧ୍ୟ ପଢନ୍ତୁ .....Ambabhona PS Vandalism Case: ବିଧାୟକ ସୁଶାନ୍ତ ସିଂଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ