ବରଗଡ଼: ଏପ୍ରିଲ 1 ତାରିଖକୁ ସାରା ରାଜ୍ୟ ଉତ୍କଣ୍ଠାର ସହ ଉତ୍କଳ ଦିବସ ପାଳନ କରୁଥିବାବେଳେ ବରଗଡ଼ ଜିଲ୍ଲାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗୌରବମୟୀ ଉତ୍କଳ ଦିବସକୁ ଏଠାରେ କଳା ଦିବସ ରୂପେ ପାଳନ କରିଛି କୋଶଳ ସମନ୍ବୟ ସମିତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଦିବସ ପାଳନ କରାଯାଇଥିବା ବେଳେ କଳା ପତାକା ଧରି ବରଗଡରେ ଏହାକୁ ବିରୋଧ କରିଥିଲେ କୋଶଳ ସମନ୍ବୟ ସମିତି ।
ଖାଲି ସେତିକି ନୁହେଁ ବିଭିନ୍ନ ସରକାରୀ ଅନୁଷ୍ଠାନରେ ଲାଗିଥିବା ଉତ୍କଳ ଦିବସ ବ୍ୟାନରକୁ ଚିରି ଦେଇଥିଲେ କୋଶଳ ସମନ୍ବୟ ସମିତି ସଦସ୍ୟ । ଏଭଳି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଆଜି(ଶୁକ୍ରବାର) କୋଶଳ ସମନ୍ବୟ ସମିତିର ଶତାଧିକ ଯୁବକ ଏପ୍ରିଲ ୧ କଳା ଦିବସ ଲେଖାଥିବା କଳାପତାକା ଧରି ବରଗଡ ସହରରେ ପରିକ୍ରମା କରିବା ସହିତ ନାରାବାଜି କରିଥିଲେ |