ଓଡିଶା

odisha

ETV Bharat / state

କୋଶଳ ସ୍ୱାଭିମାନ ଯାତ୍ରା, ରାଜ୍ୟ ସରକାରଙ୍କ ବିରୋଧରେ କଲେ ବିକ୍ଷୋଭ

କୋଶଳ ସ୍ବାଭିମାନ ପଦଯାତ୍ରାର 20 ଜଣ ସଦସ୍ୟ ବରଗଡ ସହରରେ ପହଞ୍ଚିଛନ୍ତି । ସେମାନଙ୍କୁ ବରଗଡ଼ବାସୀ କଲେ ସ୍ବାଗତ । ଅଧିକ ପଢନ୍ତୁ...

କୋସଲ ସ୍ୱାଭିମାନ ଯାତ୍ରା : ରାଜ୍ୟ ସରକାରଙ୍କ ବିରୋଧରେ କଲେ ବିକ୍ଷୋଭ ପ୍ରର୍ଦଶନ
କୋସଲ ସ୍ୱାଭିମାନ ଯାତ୍ରା : ରାଜ୍ୟ ସରକାରଙ୍କ ବିରୋଧରେ କଲେ ବିକ୍ଷୋଭ ପ୍ରର୍ଦଶନ

By

Published : Jul 29, 2021, 10:13 AM IST

ବରଗଡ:କୋଶଲ ସ୍ବାଭିମାନ ପଦଯାତ୍ରାର 20 ଜଣ ସଦସ୍ୟ ବରଗଡ ସହରରେ ପହଞ୍ଚିଛନ୍ତି । ବରଗଡ଼ ସହରକୁ ଏହି ଯୁବ ସଂଗ୍ରାମୀ ମାନେ ପହଞ୍ଚିବା ମାତ୍ରେ ସେମାନଙ୍କୁ ବରଗଡ଼ବାସୀ ବିଭିନ୍ନ ଛକ ଗୁଡିକରେ ସ୍ବାଗତ କରିଥିଲେ । ପଶ୍ଚିମ ଓଡ଼ିଶାକୁ ରାଜ୍ୟ ସରକାର ସମସ୍ତ ବିକାଶ ମୂଳକ କ୍ଷେତ୍ରରେ ଉପେକ୍ଷା କରୁଛନ୍ତି । ଏପରିକି ରାଜ୍ୟ ସରକାର ଆବାସ ଯୋଜନାରେ ମଧ୍ୟ ପଶ୍ଚିମ ଓଡିଶାକୁ ସାମିଲ କରିନଥିବା କୋଶଳ ସମନ୍ବୟ ସମିତି ପକ୍ଷରୁ ଅଭିଯୋଗ କରାଯାଇଛି ।

କୋସଲ ସ୍ୱାଭିମାନ ଯାତ୍ରା : ରାଜ୍ୟ ସରକାରଙ୍କ ବିରୋଧରେ କଲେ ବିକ୍ଷୋଭ ପ୍ରର୍ଦଶନ

ତେବେ ସରକାରଙ୍କ ଏଭଳି ମନୋଭାବକୁ ବିରୋଧ କରି ଏହାର ପ୍ରତିବାଦ ପୂର୍ବକ କୋଶଳ ଯୁବ ସଙ୍ଗଠନ ପକ୍ଷରୁ ଗତ 23 ତାରଖରୁ କଳାହାଣ୍ଡିର ମାଣିକେଶ୍ବରୀ ମନ୍ଦିର ଠାରୁ ବରଗଡ଼ ଜିଲ୍ଲା ପର୍ଯ୍ୟନ୍ତ 22 ଜଣ କୋସଲ ସଂଗ୍ରାମୀ ଏକ ପଦଯାତ୍ରା ଆରମ୍ଭ କରିଥିଲେ । ତେବେ କୋଶଲ ସଙ୍ଗଠନର ଏହି ସ୍ବାଭିମାନ ପଦ ଯାତ୍ରାକୁ ଜିଲ୍ଲା କଂଗ୍ରେସ ସହିତ ବିଜେପି ଦଳ ମଧ୍ୟ ସମର୍ଥନ ଜଣାଇଥିଲେ ।

ବରଗଡରୁ ରାଜେସ ସରାପ,ଇଟିଭି ଭାରତ

ABOUT THE AUTHOR

...view details