ବରଗଡ: ଜିଲ୍ଲା ଆମ୍ବାଭୋନା ବ୍ଲକ ଅଞ୍ଚଳରେ ଚଳିତ ବର୍ଷ ହୋଇଥିବା ବନ୍ୟାର କ୍ଷତି ପୂରଣ ଦାବିରେ ପଶ୍ଚିମ ଓଡିଶା କୋଶଳ ସେନା । ଏନେଇ ସେନା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ହୋଇଛି ।
ବରଗଡ ଗାନ୍ଧୀ ଛକ ଠାରୁ ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଏକ ରାଲି କରାଯାଇ ବିଭିନ୍ନ ନାରାବାଜୀ ସହିତ ଜିଲ୍ଲାପାଳ ଅଫିସକୁ ପହଞ୍ଚିଛନ୍ତି କୋଶଳ ସେନା । ଅଭିଯୋଗ ଅନୁସାରେ ପ୍ରତି 5ରୁ 6 ବର୍ଷରେ ଆମ୍ବାଭନା ବ୍ଲକ ଚିଖିଳି, ବଡ଼ମାଳ, ଅନ୍ତରାଡ଼ି, ଘୁଘୁରପାଲି, ବେନିଆପାଲି ବନ୍ୟର ଶୀକାର ହେଉଛି ।