ବରଗଡ଼: ଆସନ୍ତା ଡିସେମ୍ବର 31 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବରଗଡର ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା । ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଆଜି ଗୋପପୁରରେ ଆରମ୍ଭ ହୋଇଯାଇଛି ବାଲ୍ୟ କଳାକାରମାନଙ୍କ ଅଭ୍ୟାସ। ଗୋପପୁରରେ କୃଷ୍ଣ, ବଳରାମ, ରାଧା ଓ ଗୋପୀ ଗୋପାଙ୍ଗ ଭୂମିକାରେ ଅଭିନୟ କରୁଥିବା ଶିଶୁ କଳାକାରମାନଙ୍କୁ ପ୍ରଶିକ୍ଷଣ ଦେବାର ଆରମ୍ଭ କରିଦେଇଛନ୍ତି ଗୁରୁ ପଞ୍ଚାନନ ବିର୍ତ୍ତିଆ।
ଦୀର୍ଘ ୧୧ ଦିନ ଧରି ଲାଗିରହିଥିବା ଏହି ଧନୁଯାତ୍ରା ଚଳିତ ଥର ୭୧ ବର୍ଷକୁ ପଦାର୍ପଣ କରିଛି । ତେବେ ଧନୁଯାତ୍ରା କମିଟି ପକ୍ଷରୁ ଏହି ଧନୁଯାତ୍ରାକୁ ଆହୁରି ଅଧିକ ଉନ୍ନତ ଓ ଆକର୍ଷଣ କରିବା ପାଇଁ ଗତ ବର୍ଷ ଯେଉଁ କଳାକାର ମାନେ ଅଭିନୟ କରିଥିଲେ ସେହି କଳାକାର ମାନଙ୍କୁ ଚଳିତ ବର୍ଷ ମଧ୍ୟ ଅଭିନୟ କରିବା ପାଇଁ ସୁଯୋଗ ଦେବା ସହିତ କଳାକାରଙ୍କୁ ଭଲ ପ୍ରଶିକ୍ଷଣପାଇଁ ଅଧିକ ଗୁରୁତ୍ଵ ଦିଆଯାଉଛି ।