ଓଡିଶା

odisha

ETV Bharat / state

ଆଶାୟୀ ଶିକ୍ଷକଙ୍କ ଅଭିଯୋଗ, ଦିଆଯାଉନି ଖାଲି ପଦବୀର ରିପୋର୍ଟ

ଆଶାୟୀ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ । ଜିଲ୍ଲାରେ ଖାଲିଥିବା ଶିକ୍ଷକ ପଦବୀ ନେଇ ଶିକ୍ଷା ବିଭାଗ ରିପୋର୍ଟ ଦେଉନଥିବା ନେଇ ଅଭିଯୋଗ ଆଣିଛନ୍ତି ଆଶାୟୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Jan 27, 2020, 5:17 PM IST

teachers-strike-at-baragarh
teachers-strike-at-baragarh

ବରଗଡ: ଜିଲ୍ଲାରେ ବହୁ ଆଶାୟୀ ଶିକ୍ଷକ ବେକାର ହୋଇ ବୁଲୁଥିବା ବେଳେ ଦିନକୁ ଦିନ ସେମାନଙ୍କ ବୟସ ମଧ୍ୟ ଗଡି ଚାଲିଛି । ଅନ୍ୟପଟେ ଶିକ୍ଷା ବିଭାଗରେ ବହୁ ପଦବୀ ଖାଲି ପଡିଥିଲେ ସୁଦ୍ଧା ନିଯୁକ୍ତି ଦିଆ ଯାଉନଥିବା ଅଭିଯୋଗ ହୋଇଛି | ତେବେ ଏନେଇ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ବାରମ୍ବାର ହୋଇଆସୁଛି ଆନ୍ଦୋଳନ ।

ଆଶାୟୀ ଶିକ୍ଷକଙ୍କ ଅଭିଯୋଗ, ଦିଆଯାଉ ନାହି ଖାଲିଥିବା ପଦବୀର ରିପୋର୍ଟ

ଏହା ପରେ ଗତ ୨୧ ନଭେମ୍ବର ୨୦୧୯ ରୁ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦେଶକ ପକ୍ଷରୁ ସମସ୍ତ ଜିଲ୍ଲାର DEO ଏବଂ BEO ମାନଙ୍କ ନିକଟକୁ ଖାଲି ଥିବା ଶିକ୍ଷକ ପଦବୀର ରିପୋର୍ଟ ମଗାଯାଇଥିଲା । ମାତ୍ର ବରଗଡ ଜିଲ୍ଲାରେ ଶିକ୍ଷା ବିଭାଗରେ ଖାଲି ପଡିଥିବା ପଦବୀ ସଂଖ୍ୟାର ରିପୋର୍ଟ ଆଜି ପର୍ଯ୍ୟନ୍ତ ସରକାରଙ୍କୁ ଦିଆଯାଇନଥିବା ହୋଇଛି ଅଭିଯୋଗ ।

ଜିଲ୍ଲାରେ ୪୦୦୦ ଆଶାୟୀ ଶିକ୍ଷକ ନିଜର ଯୋଗ୍ୟତା ସହିତ ସରକାରୀ ଚାକିରୀ ଆଶାରେ ବେକାର ବୁଲୁଥିବା ବେଳେ ଶିକ୍ଷା ବିଭାଗରେ ନୂତନ ନିଯୁକ୍ତି ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ବିଭାଗକୁ ଖାଲି ଥିବା ପଦବୀ ସଂଖ୍ୟା ଜଣାଇବା ପାଇଁ ଦୁଇ ଦୁଇ ଥର ଚିଠି କରାଯାଇଛି । କିନ୍ତୁ ଏହା ସତ୍ବେ ବରଗଡ ଜିଲ୍ଲାର ଶିକ୍ଷା ବିଭାଗ ପକ୍ଷରୁ କୌଣସି ରିପୋର୍ଟ ପ୍ରଦାନ କରାଯାଉନଥିବାରୁ ନିଯୁକ୍ତି ପ୍ରକ୍ରିୟାରେ ବହୁ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି । ଗତ ଚାରି ବର୍ଷ ହେଲା କୌଣସି ନିଯୁକ୍ତି ବାହାରୁନଥିବା ବେଳେ ଆଶାୟୀଙ୍କ ବୟସ ଗଡ଼ି ଯାଉଛି । ତେଣୁ ଏନେଇ ବହୁ ଆଶାୟୀ ଅଭିଯୋଗ ନେଇ ଆଜି ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଥିଲେ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details