ଓଡିଶା

odisha

ଜନ୍ମମାଟିକୁ ଫେରିଲେ ସୁନାପୁଅ ଗଜେନ୍ଦ୍ର: ସମ୍ବର୍ଦ୍ଧନା ଦେଇ ସ୍ବାଗତ କଲେ ଗାଁଲୋକ

ଆନ୍ତର୍ଜାତିକ କରାଟେ ଚମ୍ପିୟାନସିପରେ ସ୍ଵର୍ଣ୍ଣ ପଦକ ଜିତିଥିବା ବରଗଡର ଗଜେନ୍ଦ୍ର ଫେରିଲେ ଜନ୍ମମାଟିକୁ । ବିପୁଳ ସମ୍ବର୍ଦ୍ଧନା ଦେଇ ସ୍ବାଗତ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ

By

Published : Jan 14, 2022, 7:20 AM IST

Published : Jan 14, 2022, 7:20 AM IST

ଜନ୍ମମାଟିକୁ ଫେରିଲେ ସୁନା ପୁଅ ଗଜେନ୍ଦ୍ର : ସମ୍ବର୍ଦ୍ଧନା ଦେଇ ସ୍ବାଗତ କଲେ ଗ୍ରାମବାସୀ
ଜନ୍ମମାଟିକୁ ଫେରିଲେ ସୁନା ପୁଅ ଗଜେନ୍ଦ୍ର : ସମ୍ବର୍ଦ୍ଧନା ଦେଇ ସ୍ବାଗତ କଲେ ଗ୍ରାମବାସୀ

ବରଗଡ:ଅନ୍ତର୍ଜାତୀୟ କେରାଟେ ଚମ୍ପିୟାନସିପରେ ଦେଶ ପାଇଁ ସ୍ଵର୍ଣ୍ଣ ପଦକ ଆଣିଛନ୍ତି ବରଗଡ ଜିଲ୍ଲା ବିଜେପୁର ଗାଁର ଗଜେନ୍ଦ୍ର ମେହେର । ସୁନା ପୁଅ ପ୍ରମୋଦ ଭଗତଙ୍କ ପରେ ଏବେ ଆଉ ଏକ ସୁନା ପୁଅ ଦେଶ ଆଜି ଗର୍ବିତ । ଏକ ଗରିବ ବୁଣାକାର ପରିବାରରେ ଜନ୍ମ ନେଇଥିବା ଗଜେନ୍ଦ୍ର ମେହେର ଅର୍ଥ ଅଭାବରୁ ମାତ୍ର ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ବେଳେ ପେଟେ ପାଟଣା ପାଇଁ ପରିବାର ଲୋକଙ୍କୁ ଲୁଗା ବୁଣିବାରେ ସାହାଯ୍ୟ କରନ୍ତି । ଲୁଗା ବୁଣି ବିକ୍ରି ନକଲେ ଘରେ ଚୁଲି ଜଳେନି । ଏପରି ପରିସ୍ଥିତିରେ ମଧ୍ୟ ଗଜେନ୍ଦ୍ର ସମୟ ବାହାର କରି କରାଟେ ଶିଖିଥିଲେ । ଏବଂ ତାଙ୍କ ଦୃଢ ଇଚ୍ଛା ଶକ୍ତି ଆଜି ତାଙ୍କୁ ଉଚ୍ଚ ଶିଖରକୁ ପହଞ୍ଚାଇଛି । ତାଙ୍କ କଠିନ ପରିଶ୍ରମ ଫଳରେ ଆଜି ସେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିପାରିଛନ୍ତି ।

ଜନ୍ମମାଟିକୁ ଫେରିଲେ ସୁନା ପୁଅ ଗଜେନ୍ଦ୍ର : ସମ୍ବର୍ଦ୍ଧନା ଦେଇ ସ୍ବାଗତ କଲେ ଗ୍ରାମବାସୀ

ବିଶାଖାପାଟଣାର ସ୍ପୋର୍ଟ ଷ୍ଟେଡିୟମ ଠାରେ ଜାନୁୟାରୀ 7 ତାରିଖରୁ 10 ତାରିଖ ପର୍ଯ୍ୟନ୍ତ ହୋଇଥିବା ଅନ୍ତର୍ଜାତିୟ କରାଟେ ଚମ୍ପିୟନସିପରେ ଭାରତୀୟ ଟିମରେ ଅଂଶଗ୍ରହଣ କରିଥିଲେ । ଏହି କରାଟେ ଚାମ୍ପିଆନସିପରେ 7ଟି ଦେଶର ଖେଳାଳିଙ୍କୁ ପରାସ୍ତ କରି ସ୍ଵର୍ଣ୍ଣ ପଦକ ହାତେଇଥିଲେ । ତେବେ ଗରିବ ପରିବାରରୁ ଜନ୍ମ ନେଇଥିବା ଗଜେନ୍ଦ୍ର ଦେଶ ପାଇଁ ସ୍ଵର୍ଣ୍ଣ ପଦକ ଆଣି ନିଜ ଜନ୍ମ ମାଟି ବିଜେପୁରକୁ ଫେରିଛନ୍ତି । ଗଜେନ୍ଦ୍ର ବିଜେପୁର ଫେରିବା ବେଳେ ତାଙ୍କୁ ବିଜେପୁର ଗ୍ରାମବାସୀ ବ୍ୟାପକ ସମ୍ବର୍ଦ୍ଧନା ଜଣାଇଥିଲେ । ଏକ ରାଲି ସହିତ ତାଙ୍କୁ ସ୍ଵାଗତ ଜଣାଇ ଗ୍ରାମରେ ପରିକ୍ରମା କରାଯାଇଥିଲା । ଗଜେନ୍ଦ୍ରଙ୍କ ଆତ୍ମବିଶ୍ବାସ ଏବଂ ଦୃଢ ଇଚ୍ଛାଶକ୍ତି କାରଣରୁ ଆଜି ସେ ଦେଶ ପାଇଁ ସଫଳତା ଆଣିଥିବା ବେଳେ ଅନ୍ୟମାନଙ୍କ ପାଇଁ ଗଜେନ୍ଦ୍ର ଉଦାହରଣ ପାଲଟିଛନ୍ତି ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ABOUT THE AUTHOR

...view details