ଓଡିଶା

odisha

ETV Bharat / state

ବରଗଡରେ ଥମୁନି ଚାଷୀ ସମସ୍ୟା, ଠକି ଦେଲେ ବୀମା କମ୍ପାନୀ - farmers problem

ବରଗଡ଼ ଚାଷୀଙ୍କୁ ଠକି ଚାଲିଛି ବିମା କମ୍ପାନୀ । ଫସଲବୀମା ପ୍ରିମିୟମ ସଂଗ୍ରହ କରିଦେଲାପରେ ଆଉ ଧରାଛୁଆଁ ଦେଉନାହାଁନ୍ତି । ଏନେଇ ଆଜି ବରଗଡର କ୍ଷତିଗ୍ରସ୍ତ ଚାଷୀ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ।

ଡିଜାଇନ ଫଟୋ

By

Published : Jul 22, 2019, 10:14 PM IST

ବରଗଡ଼: ଜିଲ୍ଲାର ଚାଷୀଙ୍କ ପିଛା ଛାଡୁନାହିଁ ସମସ୍ୟା । ଚାଷକାମ ଆରମ୍ଭରୁ ସମସ୍ୟା ଘେରରେ ରହିଥିବା ଚାଷୀ ମୁକୁଳି ପାରୁନାହିଁ ମଣିଷକୃତ ସମସ୍ୟା ଭିତରୁ। ଫସଲବୀମା ପାଇଁ ପ୍ରିମିୟମ ପଇଠ କରିଥିଲେ ଶୁଦ୍ଧା ଚାଷୀକୁ ମିଳୁନାହିଁ ଫସଲର କ୍ଷତିପୂରଣ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବରଗଡ

ତେବେ ବରଗଡ଼ ଜିଲ୍ଲାର ଚାଷୀଙ୍କୁ ଫସଲ ବୀମା ନାଁରେ ଠକି ଚାଲିଛନ୍ତି ସମସ୍ତେ । ବିମା କମ୍ପାନୀ ମାନେ ଫସଲବୀମା ପ୍ରିମିୟମ ସଂଗ୍ରହ କରିଦେଲାପରେ ଆଉ ଧରାଛୁଆଁ ଦେଉନାହାନ୍ତି । ଫସଲ କ୍ଷତି ହେଲେ କ୍ଷତିପୂରଣ ପାଇବାକୁ ବର୍ଷ ବର୍ଷ ବିତିଯାଉଛି ତଥାପି ମଧ୍ୟ ଚାଷୀ ପାଇପାରୁନାହିଁ କ୍ଷତିପୂରଣ। ଭଟଲି ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ପଞ୍ଚାୟତ ର ତରାକନା ଗ୍ରାମର ବହୁ ଚାଷୀ ଗତ ଖରିଫ ଚାଷର କ୍ଷତିପୂରଣ ପାଇନଥିବା ଅଭିଯୋଗ ନେଇ ଆଜି ଜିଲ୍ଲାପାଳଙ୍କ ନିକଟକୁ ଆସିଥିଲେ ।


ଖବର ଅନୁଯାୟୀ, ତରାକନା ଗ୍ରାମରେ ୪୦୦ ରୁ ଅଧିକ ଏକର ଧାନ ଚାଷ କରାଯାଉଥିବା ବେଳେ ଗତ ୨୦୧୮ ମସିହା ଖରିବ ଫସଲରେ ହୋଇଥିବା ଚକଡାମାଡ଼ ଯୋଗୁଁ ଅଧିକାଂଶ ଚାଷୀଙ୍କ ଫସଲ ନଷ୍ଟ ହୋଇଯାଇଥିଲା । ସେ ସମୟରେ ଓରିଏଣ୍ଟ ଫସଲବୀମା କମ୍ପାନୀ ଓ ସମସ୍ତ ସରକାରୀ ଅଧିକାରୀ କ୍ଷତିର ଆକଳନ କରି ୪୫% କ୍ଷତି ହୋଇଥିବା ଦର୍ଶାଇଥିଲେ ମଧ୍ୟ କ୍ଷତିପୂରଣ ଆଜି ଯାଏଁ ମିଳିନଥିବା ଅଭିଯୋଗ ହୋଇଛି ।


ତେବେ ବରଗଡ଼ କୃଷି ବିଭାଗ, ବିମା କମ୍ପାନୀ ନିକଟକୁ ତରାକନା ଗ୍ରାମର କୌଣସି କ୍ଷତିର ତଥ୍ୟ ଦେଇନଥିବାରୁ ସେଠାକାର ଚାଷୀଙ୍କୁ କ୍ଷତିପୂରଣ ଦିଆଯାଇନଥିବା ଅଭିଯୋଗ ହୋଇଛି । ଏପଟେ କେଉଁ କାରଣରୁ କୃଷିବିଭାଗ ଏପରି ଫାଇଲ ଦବାଇ ରଖିଛି ତାହା କୃଷିବିଭାଗର କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି କରିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details