ଓଡିଶା

odisha

By

Published : Sep 9, 2021, 7:15 AM IST

ETV Bharat / state

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଭାରତୀୟ କିଷାନ ସଙ୍ଘ

ସ୍ବଳ୍ପ ବୃଷ୍ଟି ଯୋଗୁଁ ବରଗଡ ଜିଲ୍ଲାରେ ମରୁଡି ସମସ୍ୟା ଦେଖାଦେଇଛି । ଚାଷୀଙ୍କୁ ଉଚିତ୍ ମୂଲ୍ୟ ପ୍ରଦାନ ସହ ସାରର କଳାବଜାରୀ, ଧାନ ବିକ୍ରି ସମସ୍ୟା ଏବଂ ବୀମା ରାଶି ସହାୟତା ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ଭାରତୀୟ କିଷାନ ସଙ୍ଘ । ଅଧିକ ପଢନ୍ତୁ...

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଭାରତୀୟ କିଷାନ ସଙ୍ଘ
ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଭାରତୀୟ କିଷାନ ସଙ୍ଘ

ବରଗଡ: ଭାରତୀୟ କିଷାନ ସଙ୍ଘ ବରଗଡ଼ ଶାଖା ତରଫରୁ ଗତକାଲି (ବୁଧବାର) ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି । ତେବେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିଭିନ୍ନ ଦାବି ନେଇ ଭାରତୀୟ କିଷାନ ସଙ୍ଘର ସଦସ୍ୟ ମାନେ ଧାରଣାରେ ବସି ରହିଛନ୍ତି । ଚାଷୀକୁ MSP ବଦଳରେ ଚାଷୀର ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୁଲ୍ୟ ପ୍ରଦାନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଭାରତୀୟ କିଷାନ ସଙ୍ଘ



ତେବେ ବରଗଡ଼ରେ ପନିପରିବା ହେଉ ଅବା ଧାନ ଚାଷ ସମସ୍ତ ଚାଷୀ ନିଜର ଉତ୍ପାଦିତ ଦ୍ରବ୍ୟର ସଠିକ ମୂଲ୍ୟ ନପାଇ ପାରି ଚାଷୀମାନେ କ୍ଷତି ସହୁଛନ୍ତି । ସେପଟେ ଜିଲ୍ଲାରେ ମରୁଡ଼ି ସମସ୍ୟା, ସାରର କଳାବଜାରୀ, ଧାନ ବିକ୍ରି ସମସ୍ୟା ଏବଂ ବୀମା ରାଶି ପ୍ରଦାନରେ ବିଭିନ୍ନ ସମସ୍ୟା ଉପୁଜୁଥିବା ବେଳେ ତାହାର ସଠିକ୍ ସମାଧାନ କରା ନ ଗଲେ ଆଗାମୀ ଦିନରେ ଭାରତୀୟ କିଷାନ ସଙ୍ଘ ପକ୍ଷରୁ ଜିଲ୍ଲାରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେବା ସହିତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।


ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details