ଓଡିଶା

odisha

ETV Bharat / state

+3 କଳା ରେଜଲ୍ଟରେ ଜଗବନ୍ଧୁଦାସ କଲେଜର କମାଲ, ଏକାଠି 5 ଟପ୍ପର - sambalpur university

+ 3 କଳା ପରୀକ୍ଷାରେ ଟପ୍‌ 10ରେ ଗୋଟିଏ କଲେଜର 5 ଛାତ୍ରୀ । ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧିନରେ ଥିବା ଜଗବନ୍ଧୁଦାସ ମହିଳା କଲେଜର 5 ଜଣ ଛାତ୍ରୀ ଯୁକ୍ତ ତିନି କଳା ପରୀକ୍ଷା ଫଳରେ ଟପ୍‌ 10 ରେ ସ୍ଥାନ ପାଇଛନ୍ତି । ସମ୍ପୂର୍ଣ୍ଣ ପଢନ୍ତୁ...

+3 କଳା ରେଜଲ୍ଟରେ ବାଜି ମାରିଲା ଜଗବନ୍ଧୁଦାସ କଲେଜ
+3 କଳା ରେଜଲ୍ଟରେ ବାଜି ମାରିଲା ଜଗବନ୍ଧୁଦାସ କଲେଜ

By

Published : Oct 26, 2020, 5:29 PM IST

ବରଗଡ: କମାଲ କଲେ ବରଗଡ ଜଗବନ୍ଧୁଦାସ ମହିଳା ମହାବିଦ୍ୟାଳୟର ଛାତ୍ରୀ । ଅନ୍ୟ କଲେଜର ପିଲାଙ୍କୁ ପଛରେ ପକାଇଲେ ମଫସଲିଆ ଅଞ୍ଚଳର 5 ଛାତ୍ରୀ । + 3 କଳା ପରୀକ୍ଷାରେ ଟପ 10ରେ ରହିଛନ୍ତି 5 ଜଣ । ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧିନସ୍ଥ କଲେଜ ମାନଙ୍କ ମଧ୍ୟରେ ଏହି ମହାବିଦ୍ୟାଳୟର ଛାତ୍ରୀ କୃତିତ୍ବ ହାସଲ କରିଛନ୍ତି । ଗ୍ରାମାଞ୍ଚଳର ଝିଅ ହୋଇ ମଧ୍ୟ ସହରାଞ୍ଚଳର ଝିଅଙ୍କୁ ଦେଇଛନ୍ତି ଟକ୍କର ।

+3 କଳା ରେଜଲ୍ଟରେ ବାଜି ମାରିଲା ଜଗବନ୍ଧୁଦାସ କଲେଜ

ପ୍ରଥମ ଥର ଏହି ମହାବିଦ୍ୟାଳୟର ଛାତ୍ରୀ ଟପ ଲିଷ୍ଟରେ ସ୍ଥାନ ପାଇଛନ୍ତି । ଯାହାକୁ ନେଇକଲେଜ ସମେତ ସାରା ଜିଲ୍ଲା ଆଜି ଗର୍ବ କରୁଛି । ମଫସଲିଆ ଅଞ୍ଚଳରେ ରହିଥିବା ମହିଳା ମହାବିଦ୍ୟାଳୟରେ ପାଠପଢି ପଶ୍ଚିମ ଓଡିଶାର ସମସ୍ତ ଛାତ୍ରୀମାନଙ୍କୁ ପଛରେ ପକାଇ ନିଜ ଅଞ୍ଚଳର ନାମ ଉଜ୍ଜ୍ବଳ କରିଛନ୍ତି ଏମାନେ ।

2017 ରେ ମହାବିଦ୍ୟାଳୟ ଆରମ୍ଭ ହୋଇଥବା ବେଳେ ମାତ୍ର 3 ବର୍ଷ ମଧ୍ୟରେ ଭଲ ରିଜଲ୍ଟ କରିଛି ଏହି ମହାବିଦ୍ୟାଦଳୟ । ଗୋଟିଏ କି ଦୁଇଟି ନୁହେଁ 5 ଛାତ୍ରୀ ଟପ୍‌ କରିଛନ୍ତି । ଯାହା ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛି ଉଦାହରଣ ।

ପାଠ ପଢିବାର ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ ଦୃଢ ଇଚ୍ଛାଶକ୍ତି ସଫଳତା ଆଣିଦିଏ । ଯାହା ଜଗବନ୍ଧୁଦାସ ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କୁ ଦେଖିଲେ ବାରି ହୋଇ ପଡୁଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details