ଓଡିଶା

odisha

ETV Bharat / state

ଏପ୍ରିଲ18ରେ ମତଦାନ ଦେବେ ବରଗଡବାସୀ

ଏପ୍ରିଲ 18ରେ ବରଗଡ ଲୋକସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ । ବରଗଡର  5ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମାର୍ଚ୍ଚ 26 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି । ଏହା ପରେ ମାର୍ଚ୍ଚ 27ରେ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ରହିଛି ଏବଂ ମାର୍ଚ୍ଚ 30ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ବୋଲି ଘୋଷଣା କରାଯାଇଛି ।

By

Published : Mar 12, 2019, 4:43 PM IST

ଫଟୋ ସୌଜନ୍ୟ:ବରଗଡ, ସମ୍ବାଦଦାତା

ବରଗଡ: 2019 ସାଧାରଣ ନିର୍ବାଚନ ପାଇଁ ରବିବାର ନିର୍ବାଚନ କମିଶନଙ୍କ ଦ୍ଵାରା ତାରିଖ ଘୋଷଣା ପରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି | ଓଡିଶାରେ 4ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ 18ରେ ବରଗଡ ଲୋକସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ ।
ଆଦର୍ଶ ଆଚରଣ ବିଧି ଲାଗୁ ପରେ ରବିବାର ସନ୍ଧ୍ୟାରୁ ସହରରେ ଲାଗିଥିବା ବିଭିନ୍ନ ରାଜନୈତିକ ଦଳର ହୋର୍ଡିଂକୁ ହଟାଯାଇଛି । ତେବେ ଏହି ହୋର୍ଡିଂ ହଟାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ଅନ୍ୟପଟେ ନିର୍ବାଚନ କମିଶନଙ୍କ ଗାଇଡ଼ ଲାଇନ ଅନୁଯାୟୀ କଡା ନିରାପତ୍ତା ବ୍ୟବସ୍ଥାର ମଧ୍ୟ ଆୟୋଜନ ଆରମ୍ଭ ହୋଇଯାଇଛି ।

ଭିଡିଓ ସୌଜନ୍ୟ:ବରଗଡ, ସମ୍ବାଦଦାତା



ଗତ ସୋମବାର ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ନିର୍ବାଚନ ଆଚରଣ ବିଧିର ନିୟମ ଓ କାର୍ଯ୍ୟକାରିତା ଉପରେ ସମସ୍ତ ତଥ୍ୟ ପ୍ରଦାନ କରାଯାଇଥିଲା ।

ସୂଚନାନୁଯାୟୀ, ବରଗଡର 5ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମାର୍ଚ୍ଚ 26 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି । ଏହା ପରେ ମାର୍ଚ୍ଚ 27ରେ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ରହିଛି ଏବଂ ମାର୍ଚ୍ଚ 30ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ବୋଲି ଘୋଷଣା କରାଯାଇଛି । ତେବେ ଏପ୍ରିଲ 18ରେ ଭୋଟ ଗ୍ରହଣ, ମେ 23ରେ ଭୋଟ ଗଣତି ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ବରଗଡରୁ ରାଜେଶ କୁମାର ସରାପ, ଇଟିଭି ଭାରତ

ABOUT THE AUTHOR

...view details