ଓଡିଶା

odisha

ETV Bharat / state

୧୪୨୦ ବୋତଲ କଫ ସିରଫ ଜବତ, 2 ଗିରଫ - illigal cough syrup seized

ବରଗଡ ଜିଲ୍ଲା ପାଇକମାଳ ଅଞ୍ଚଳରେ ବେଆଇନ ଭାବେ କଫ ସିରଫ ଚାଲାଣ ସମୟରେ ପୋଲିସ ଚଢାଉ କରି ୧୪୨୦ ବୋତଲ କଫ ସିରଫ୍ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ବରଗଡ

By

Published : Sep 21, 2019, 6:33 AM IST

ବରଗଡ: ବେଆଇନ କଫ ସିରଫ ଜବତ । ବେଆଇନ ଭାବେ କଫ ସିରଫ ଚାଲାଣ ସମୟରେ ପାଇକମାଳ ପୋଲିସ ଚଢାଉ କରି ଦୁଇ ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୧୪୨୦ ବୋତଲ କଫ ସିରଫ୍ ଜବତ କରିଛି ପୋଲିସ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ବରଗଡ

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଅଞ୍ଚଳରେ ବ୍ୟାପକ ପରିମାଣର କଫ ସିରଫ୍ ଚୋରା ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇଥିଲା ପୋଲିସ । ଏହାପରେ ଯୋଜନା ମୁତାବକ ସେଠାରେ ଚଢାଉ କରିଥିଲା । ତେବେ ଘଟଣା ସ୍ଥଳରେ ୧୪୨୦ ବୋତଲ କଫ ସିରଫ୍ ସହ ଗୋଟିଏ ଇଣ୍ଡିକା କାର, ଗୋଟିଏ ହିରୋ ଗ୍ଲେମର ବାଇକ ଓ ଦୁଇଟି ମୋବାଇଲ ଜବତ କରିଛି ପୋଲିସ । ଏହା ସହିତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେପଟେ ଘଟଣାରେ ସମ୍ପୃକ୍ତ ଆଉ ଦୁଇଜଣ ଅଭିଯୁକ୍ତ ପୋଲିସକୁ ଦେଖି ଜଙ୍ଗଲ ଭିତରକୁ ଫେରାର ହୋଇଯାଇଥିବା ଜଣା ପଡିଛି |

ଅଭିଯୁକ୍ତ ମାନେ ହେଲେ ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ଘାଗରା ଗ୍ରାମର ମୁନା ବାଗ ଓ ସୁଦାମ ଷାଣ୍ଢ | ସେମାନେ ଛତତିଶଗଡ଼ ଅଞ୍ଚଳରୁ ଏହି କଫ ସିରଫ ଓଡିଶାକୁ ଆଣି ବିକ୍ରି କରୁଥିବା ପ୍ରକାଶ କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details