ଓଡିଶା

odisha

ETV Bharat / state

ପରିଚୟ ପତ୍ର ତ୍ରୁଟି ପାଇଁ ଅଟକିଛି ଧାନବିକ୍ରି, ଅସ୍ତବ୍ୟସ୍ତ ଚାଷୀ - sale

ବରଗଡ ଜିଲ୍ଲା ଚାଷୀକୂଳ ବହୁବିଧ ସମସ୍ୟାରେ ଦହଗଞ୍ଜ ।  ଅତାବିରା , ବରଗଡ , ଭେଡ଼େନ ଓ ବରପାଲିକୁ ଛାଡିଦେଲେ ଜିଲ୍ଲାର 12 ଗୋଟି ବ୍ଲକରୁ ଅନ୍ୟ 8 ଗୋଟି ବ୍ଲକ୍‌ରେ ମରୁଡି ସମସ୍ୟା ଉପୁଜିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି | ଗୋଟିଏ ପଟେ ଚଳିତ ବର୍ଷ ଚାଷରେ ମାତ୍ରାଧିକ କ୍ଷତି ସହିଛନ୍ତି ଚାଷୀ । ଅନ୍ୟ ପଟେ  ଚାଷୀ ପରିଚୟ ପତ୍ର କାର୍ଡରେ ତ୍ରୁଟି ପାଇଁ ଧାନ ବିକି ପାରୁନାହାଁନ୍ତି ଚାଷୀ ।

ଫଟୋ ସୋଜନ୍ୟ: ସମ୍ବାଦଦାତା, ବରଗଡ

By

Published : Jun 5, 2019, 8:47 PM IST

ବରଗଡ: ଓଡିଶାର ଭାତହାଣ୍ଡିକୁ ବିପଦ । ବରଗଡ ଜିଲ୍ଲା ଚାଷୀକୂଳ ବହୁବିଧ ସମସ୍ୟାରେ ଦହଗଞ୍ଜ । ଅତାବିରା , ବରଗଡ , ଭେଡ଼େନ ଓ ବରପାଲିକୁ ଛାଡିଦେଲେ ଜିଲ୍ଲାର 12 ଗୋଟି ବ୍ଲକରୁ ଅନ୍ୟ 8 ଗୋଟି ବ୍ଲକ୍‌ରେ ମରୁଡି ସମସ୍ୟା ଉପୁଜିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି | ଗୋଟିଏ ପଟେ ଚଳିତ ବର୍ଷ ଚାଷରେ ମାତ୍ରାଧିକ କ୍ଷତି ସହିଛନ୍ତି ଚାଷୀ । ଅନ୍ୟ ପଟେ ଚାଷୀ ପରିଚୟପତ୍ର କାର୍ଡରେ ତ୍ରୁଟି ପାଇଁ ଧାନ ବିକି ପାରୁନାହାଁନ୍ତି ଚାଷୀ । ଖଳାରେ, ଘରେ ଓ ମଣ୍ଡିରେ ପଡି ରହିଛି ଧାନ । ପ୍ରଶାସନକୁ ବାରମ୍ବାର ଅନୁରୋଧ କଲେ ସୁଦ୍ଧା କୌଣସି ସୁଫଳ ମିଳି ନାହିଁ ।

ଭିଡିଓ ସୋଜନ୍ୟ: ସମ୍ବାଦଦାତା, ବରଗଡ


ସୂଚନା ଅନୁସାରେ ଜିଲ୍ଲାର ଚାରି ଗୋଟି ବ୍ଲକରେ କେନାଲ ପାଣିର ସୁବିଧା ରହିଥିବା ବେଳେ ଏହି ଅଞ୍ଚଳରେ ବର୍ଷରେ ଦୁଇଥର ଧାନ ଅମଳ କରାଯାଇଥାଏ | ଜିଲ୍ଲାର ପଦ୍ମପୁର ଉପଖଣ୍ଡ ସହିତ ଆଠ ଗୋଟି ବ୍ଲକରେ କେବଳ ବର୍ଷା ଋତୁରେ ଖରିପ ଚାଷ ହୋଇଥାଏ | ଜିଲ୍ଲା କୃଷି ବିଭାଗ ପକ୍ଷରୁ ଜିଲ୍ଲାର ମରୁଡି ପ୍ରପୀଡିତ ଅଞ୍ଚଳରେ ଗଭୀର ନଳକୂପ ସାହାଯ୍ୟରେ ଚାଷୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି | କିନ୍ତୁ ଏହି ଅଞ୍ଚଳର ଚାଷୀମାନେ ଧାନ ଚାଷ କରିଥିଲେ ମଧ୍ୟ ସେମାନଙ୍କର ଚାଷୀ ପରିଚୟପତ୍ର କାର୍ଡରେ ତ୍ରୁଟି ରହିଯାଇଥିବା କାରଣରୁ ସେମାନେ ତାଙ୍କର ଅମଳ ଧାନକୁ ମଣ୍ଡିରେ ବିକ୍ରି କରିବାରେ ଅସମର୍ଥ ରହିଛନ୍ତି |

ଉଠା ଜଳସେଚନ ମାଧ୍ୟମରେ କେଉଁ ଚାଷୀ କେତେ ପରିମାଣର ଜମି ଚାଷ କରିଛନ୍ତି ଏବଂ ସେମାନଙ୍କର ଜମିରେ ରହିଥିବା ବୋରୱେଲ ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ କରାଯାଇନଥିବା କାରଣରୁ ଚାଷୀଙ୍କ online pass ରେ ମଧ୍ୟ ତ୍ରୁଟି ପରିଲଖିତ ହୋଇଛି । ଯାହା ଫଳରେ ବହୁ ଚାଷୀ ଅମଳ ଧାନ ସବୁ ମଣ୍ଡିରେ ବିକ୍ରି କରି ନପାରି ଘରେ ରଖିବାକୁ ବାଧ୍ୟ ହୋଇଛନ୍ତି | ଖୋଲା ଆକାଶ ତଳେ ଚାଷୀଙ୍କ ଧାନ ପଡିରହିଥିବାରୁ ବର୍ଷା ଭୟ ଚାଷୀଙ୍କୁ ଘାରିଛି | ବର୍ଷା ହୋଇଗଲେ ଧାନ ଗଜା ହେବାର ସମ୍ଭାବନା ରହିଥିବାରୁ ଚାଷୀ ମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ଦୌଡି ଦୌଡି ନୟାନ୍ତ ହେବା କଥା କହିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details