ଓଡିଶା

odisha

ETV Bharat / state

ବରଗଡ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ IAS ମନୀଷା ବାନାର୍ଜୀ - ମନୀଷା ବାନାର୍ଜୀ

ବରଗଡରେ ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ IAS ମନୀଷା ବାନାର୍ଜୀ । ଅଧିକ ପଢନ୍ତୁ...

ବରଗଡ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କେଲ  IAS ମନୀଷା ବାନାର୍ଜୀ
ବରଗଡ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କେଲ IAS ମନୀଷା ବାନାର୍ଜୀ

By

Published : Jul 2, 2021, 8:52 AM IST

ବରଗଡ:ବରଗଡ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ IAS ମନୀଷା ବାନାର୍ଜୀ । ପୂର୍ବରୁ ସୋନପୁର ଜିଲ୍ଲାରେ ଜିଲ୍ଲାପାଳ ଭାବରେ କାର୍ଯ୍ୟରତ ଥିଲେ ମନୀଷା ବାନାର୍ଜୀ । ଗତକାଲି(ଗୁରୁବାର) ବରଗଡ଼ରେ ଯୋଗଦାନ କଲାପରେ ଏକ ସାମ୍ବାଦିକ ସମ୍ବିଳନୀର ଆୟୋଜନ କରି ସେ ସମସ୍ତ ସାମ୍ବାଦିକଙ୍କୁ ଜିଲ୍ଲାର ସମସ୍ୟା ଜଣାଇବା ସହିତ ସହଯୋଗ କରିବାକୁ ଅନୁରୋଧ କରିଥିଲେ।

ବରଗଡ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କେଲ IAS ମନୀଷା ବାନାର୍ଜୀ

ବରଗଡ ଜିଲ୍ଲାରେ ମୁଖ୍ୟତଃ ଚାଷୀ ଓ ଚାଷକୁ ନେଇ ଅଧିକ ସମସ୍ୟା ଲାଗିରହିଥିବା ବେଳେ ଏହା ଉପରେ ଅଧିକ ଗୁରୁତ୍ବ ଦେବା ସହିତ ବର୍ତ୍ତମାନ କୋଭିଡ ଏବଂ ଶିକ୍ଷା କ୍ଷେତ୍ରରେ ଗୁରୁତ୍ବ ଦେବେ ବୋଲି ମନୀଷା ବାନାର୍ଜୀ ଜଣାଇଥିଲେ । ସାପ୍ତାହିକ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲେ ମଧ୍ୟ ଜନସାଧାରଣଙ୍କ ଅଭିଯୋଗ ଓ ଅସୁବିଧା ସବୁ ଦୂର କରିବାକୁ ଚେଷ୍ଟା କରାଯିବା ସହିତ ‘5ଟି’କୁ ବିଶେଷ ଭାବେ ଗୁରୁତ୍ବ ଦିଆଯିବ ବୋଲି ଶ୍ରୀମତୀ ବାନାର୍ଜୀ କହିଥିଲେ । ପୂର୍ବରୁ ଜ୍ୟୋତିରଞ୍ଜନ ପ୍ରଧାନ ଥିଲେ ବରଗଡର ଜିଲ୍ଲାପାଳ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details