ଓଡିଶା

odisha

ETV Bharat / state

ସ୍ତ୍ରୀକୁ ଜାଳି ସ୍ବାମୀର ଆତ୍ମହତ୍ୟା, ପରକୀୟା ପ୍ରୀତି ସନ୍ଦେହ - ସ୍ତ୍ରୀକୁ ମାରି ସ୍ବାମୀର ଆତ୍ମହତ୍ୟା

ପରିକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଜାଳିଲା ସ୍ବାମୀ । ପରେ ନିଜେ ଆତ୍ମହତ୍ୟା କରିଛି ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲା ବାଞ୍ଚ୍ଥାନଗର ଗାଁରେ । ଅଧିକ ପଢନ୍ତୁ...

ସ୍ତ୍ରୀକୁ ମାରି ସ୍ବାମୀର ଆତ୍ମହତ୍ୟା,ପରକୀୟା ପ୍ରୀତି ସନ୍ଦେହ
ସ୍ତ୍ରୀକୁ ମାରି ସ୍ବାମୀର ଆତ୍ମହତ୍ୟା,ପରକୀୟା ପ୍ରୀତି ସନ୍ଦେହ

By

Published : Jan 15, 2020, 11:42 PM IST

ବରଗଡ଼: ସ୍ତ୍ରୀକୁ ମାରି ସ୍ବାମୀର ଆତ୍ମହତ୍ୟା । ଏଭଳି ଏକ ଅଭାବନୀୟ ଅଘଟଣ ଘଟିଛି ବରଗଡ଼ ଜିଲ୍ଲା ଗାଇସିଲେଟର ବାଞ୍ଚ୍ଥାନଗର ଗାଁରେ । ଏପରି କରିବା ପଛରେ ପ୍ରକୃତ କାରଣ ଜଣାପଡି ନଥିବାବେଳେ, ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କରି ସ୍ବାମୀ ନିଜେ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି ।

ସ୍ତ୍ରୀକୁ ମାରି ସ୍ବାମୀର ଆତ୍ମହତ୍ୟା,ପରକୀୟା ପ୍ରୀତି ସନ୍ଦେହ

ଉକ୍ତ ଗାଁର 48 ବର୍ଷୀୟ ମହେଶ୍ବର 17 ବର୍ଷ ତଳେ ସୁଶ୍ରୀତା ସାହୁଙ୍କୁ ବିବାହ କରିଥିଲେ । ମହେଶ୍ବର ପୂର୍ବରୁ ସିଆରପିଏଫରେ କାର୍ଯ୍ୟରତ ଥିଲେ । ହେଲେ କୌଣସି କାରଣବଶତଃ ସେ ଚାକିରି ଛାଡି ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ରହୁଥିଲେ । ହେଲେ ଆଜି ମକର ସଂକ୍ରାନ୍ତି ଥିବାରୁ ପୁରା ପରିବାର ମନ୍ଦିରକୁ ଯାଇଥିବାବେଳେ ପରେ ସ୍ବାମୀ ସ୍ତ୍ରୀ ଘରକୁ ଫେରିଆସିଥିଲେ । ଘରକୁ ଆସି ସୁଶ୍ରୀତା ଫୋନ ଯୋଗେ ଅନ୍ୟ ଏକ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରୁଥିବା ଦେଖି ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଝଗଡା । ଆଉ ଏଥିରେ ଉତ୍ତ୍ୟକ୍ତ ହୋଇ ମହେଶ୍ବର ଘର ବାଡିପଡେ ନିଆଁ ଲଗାଇ ଦେବା ପରେ ନିଜେ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିବାର ସନ୍ଦେହ କରୁଛି ପୋଲିସ ।

ସେପଟେ, ଘଟଣାସ୍ଥଳରେ ଗାଇସିଲେଟ ପୋଲିସ ପହଞ୍ଚି ଉଭୟ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ପରିବାରର 2 ଝିଅ ବାପାମା’ ଛେଉଣ୍ଡ ହୋଇଯାଇଥିବାବେଳେ ଗାଁରେ ଏବେ ଶୋକର ଛାୟା ଖେଳିଯାଇଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details