ଓଡିଶା

odisha

ETV Bharat / state

ବରଗଡ଼ ଚାଷୀଙ୍କ ଆମରଣ ଅନଶନ: ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ - ବରଗଡ଼ ଚାଷୀ ଆମରଣ ଅନଶନ

ବରଗଡ଼ରେ ଚାଲିଥିବା ଚାଷୀଙ୍କ ଆମରଣ ଅନଶନ ପ୍ରତ୍ୟାହୃତ ହୋଇଛି । ଦାବି ପୂରଣ କରିବାପାଇଁ ପ୍ରଶାସନ ଲିଖିତ ପ୍ରତିଶ୍ରୁତି ଦେଲା ପରେ ଅନଶନ ଭଙ୍ଗ କରିଛନ୍ତି ଚାଷୀ । ଅଧିକ ପଢନ୍ତୁ....

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : Nov 3, 2019, 3:43 AM IST


ବରଗଡ଼: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁଇଦିନ ଧରି ଚାଲିଥିବା ଚାଷୀ ଆମରଣ ଅନଶନ ପ୍ରତ୍ୟାହୃତ ହୋଇଛି । ପ୍ରଶାସନ ସମସ୍ତ ଦାବି ପୂରଣ କରିବାପାଇଁ ଲିଖିତ ପ୍ରତିଶ୍ରୁତି ଦେଲା ପରେ ଅନଶନ ପ୍ରତ୍ୟାହୃତ ହୋଇଛି । ଏହା ସହ ଅନଶନରେ ବସିଥିବା ୫ ଜଣ ମହିଳା ଚାଷୀଙ୍କ ସମେତ ୨୧ ଜଣଙ୍କୁ ପ୍ରଶାସନ ପଇଡ଼ ପାଣି ପିଆଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଡଭା ସମବାୟ ସମିତିରେ ନୂତନ ସମ୍ପାଦକ ନିଯୁକ୍ତି, ସେଠାରେ ହୋଇଥିବା ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ତଥା ଅନ୍ୟାନ୍ୟ ଦାବିରେ ଡ଼ଭା ଅଞ୍ଚଳର ୫ ଜଣ ମହିଳା ଚାଷୀଙ୍କ ସମେତ ମୋଟ ୨୧ ଜଣ ଚାଷୀ ଆମରଣ ଅନଶନରେ ବସିଥିଲେ । ଜିଲ୍ଲା ପ୍ରଶାସନ ଆଜି ଲିଖିତ ପ୍ରତିଶ୍ରୁତି ଦେବାପରେ ରାତି ୮ଟାରେ ଚାଷୀମାନେ ଅନଶନରୁ ହଟିଥିଲେ ।

ସୂଚନା ଅନୁସାରେ, ବରଗଡ ଜିଲ୍ଲା ଡ଼ଭା ସମବାୟ ସମିତିର ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏହା ସହିତ ଦୁର୍ନୀତି ବିରୋଧରେ ଏବଂ ନୂତନ ସମ୍ପାଦକ ନିଯୁକ୍ତି ଦାବିରେ ଆଞ୍ଚଳିକ କୃଷକ ସଙ୍ଗଠନ ପକ୍ଷରୁ ଗତ ୨୦୧୮ ମସିହା ଅଗଷ୍ଟ ୨୯ ତାରିଖରେ ଆନ୍ଦୋଳନ କରାଯାଇଥିଲା । କିନ୍ତୁ ବିଭାଗୀୟ ଅଧିକାରୀ ଲିଖିତ ପ୍ରତିଶ୍ରୁତି ଦେବାର ବର୍ଷେ ପରେ କୌଣସି ପ୍ରତିଶ୍ରୁତି ପୂରଣ କରାଯାଇନଥିଲା । ଏହାପରେ ପ୍ରତିଶ୍ରୁତି ପାଳନ କରିବାକୁ ଦାବି କରି ୨୧ଜଣ ଚାଷୀ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ। ଡ଼ଭା ଚାଷୀଙ୍କୁ ଜୟ କିଷାନ ଆନ୍ଦୋଳନ ସଙ୍ଗଠନ ପକ୍ଷରୁ ସମର୍ଥନ ଜଣାଇ ରମେଶ ମହାପାତ୍ର ମଧ୍ୟ ଏହି ଅନଶନରେ ଯୋଗ ଦେଇଥିଲେ ।

ସେହିପରି ଆଜି ଅନଶନକାରୀଙ୍କ ନିକଟକୁ ବିଜେପି ଓ କଂଗ୍ରେସ ଦଳର ନେତା ମାନେ ଆସି ସମର୍ଥନ ଜଣାଇଥିଲା । କଂଗ୍ରେସ ଦଳର ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପି ଦଳର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ବିଜେପି ଜିଲ୍ଲା ସଭାପତି ଅରୁପା ସାହୁ ପ୍ରମୁଖ ଆନ୍ଦୋଳନରେ ସାମିଲ ହେବାପରେ DRCS ଏବଂ ଅତିରିକ୍ତ ଜିଲ୍ଲାପାଳ ପହଞ୍ଚି ଅନଶନକାରୀଙ୍କ ସହିତ ଆଲୋଚନା କରିଥିଲେ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details