ବରଗଡ: କୋରୋନା ପରି ମହାମାରୀ ସମୟରେ ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ଯେତେ ଜରୁରୀ ଔଷଧ ଯୋଗାଇଦେବା ମଧ୍ୟ ତା ଠାରୁ ଅଧିକ ଜରୁରୀ ହୋଇପଡିଛି । ମାତ୍ର ବରଗଡ ଜିଲ୍ଲାର ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି କେତେ ଯତ୍ନବାନ ତାହାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ । ବର୍ତ୍ତମାନ ପରି ମହାମାରୀ ସମୟରେ ଔଷଧ ଲୋକଙ୍କ ଜୀବନ ବଞ୍ଚାଇବାରେ ବରଦାନ ସ୍ବରୁପ ହୋଇଥିବା ବେଳେ କିନ୍ତୁ ଲକ୍ଷାଧିକ ଟଙ୍କାର ଭଲ ଔଷଧ ସବୁ ଫିଙ୍ଗି ଦିଆଯାଇଥିବା ଘଟଣା ବରଗଡ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।
ବିନା ଏକ୍ସପାରୀରେ ବ୍ୟାପକ ମାତ୍ରାରେ ଔଷଧ ଅଳିଆ ଗଦାରେ ପଡିରହିଛି । କୋରୋନା ସଂକ୍ରମଣ ଭୟରେ ରୋଗୀ ମାନେ ଡାକ୍ତରଖାନାକୁ ଯିବା ପାଇଁ ଭୟ କରୁଥିବା ବେଳେ କେବଳ ଔଷଧରେ ହିଁ କାମ ଚଳାଇ ଦେଉଛନ୍ତି । ଅନ୍ୟପଟେ ରାଜ୍ୟ ସରକାର ମଧ୍ୟ ନିରାମୟ ଯୋଜନାରେ ଲୋକଙ୍କୁ ମାଗଣାରେ ଔଷଧ ବିତରଣ କରୁଥିବା ବେଳେ କିନ୍ତୁ ସରକାରୀ ଔଷଧ ସବୁ ଖତଖାଉଛି ଖତଗଦାରେ ।