ଓଡିଶା

odisha

ETV Bharat / state

କୋରୋନା ଆଳରେ ଆତଙ୍କିତ ମାନବିକତା, ମୃତ୍ୟୁ ପରେ ସମ୍ମାନ ଖୋଜୁଛି ଶରୀର - ମାନବିକତାକୁ କୋରୋନା ଆତଙ୍କ

ସାରା ରାଜ୍ୟରେ ବର୍ତ୍ତମାନ କୋରୋନା ନିଜ କାୟା ବିସ୍ତାର କରି ଚାଲିଥିବା ବେଳେ ବରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା 5ହଜାର ଅତିକ୍ରମ କରିଛି । ସମାନ ଭାବେ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢି 10 ଅତିକ୍ରମ କରିଛି । ସରକାରୀ ଭାବେ ଏହି ସଂଖ୍ୟା 10 ଅତିକ୍ରମ କରିଥିବା ବେଳେ ବେସରକାରୀ ଭାବେ ଏହା 50 ଟପିଥିବା ଦାବି କରିଛନ୍ତି ସ୍ଥାନୀୟବାସୀ । ଏମିତିରେ ସଂକ୍ରମଣ ଭୟରେ ଆକ୍ରାନ୍ତଙ୍କ ମୃତ ଶରୀରର ସତ୍କାର ପାଲଟିଛି ଏକ ବଡ ଚିନ୍ତା ।

humanity under threat of corona, bargarh latest news, funeral of covid patients, funeral of covid patients in bargarh, ବରଗଡ ଲାଟେଷ୍ଟ ନ୍ୟୁଜ୍‌, କୋଭିଡ ମୃତକଙ୍କ ଅନ୍ତ୍ୟେଷ୍ଟି କ୍ରିୟା, ମାନବିକତାକୁ କୋରୋନା ଆତଙ୍କ, ବରଗଡରେ କୋଭିଡ ମୃତକଙ୍କ ଅନ୍ତ୍ୟେଷ୍ଟି କ୍ରିୟା
କୋରୋନା ଆଳରେ ଆତଙ୍କିତ ମାନବିକତା, ମୃତ୍ୟୁ ପରେ ସମ୍ମାନ ଖୋଜୁଛି ଶରୀର

By

Published : Sep 21, 2020, 2:29 PM IST

ବରଗଡ: ମଣିଷ ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ 16ଟି ସଂସ୍କାର ଦେଇ ଗତି କରିଥାଏ । ଜନ୍ମ, ନାମକରଣ, ବ୍ରତୋପନୟନ, ବିବାହ ଓ ଶେଷରେ ଅନ୍ତ୍ୟେଷ୍ଟି କ୍ରିୟା । ପ୍ରତ୍ୟେକ ସଂସ୍କାରରେ ଜୀବନରେ ରହିଛି ସ୍ବତନ୍ତ୍ର ମର୍ଯ୍ୟାଦା । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ କ୍ଷେତ୍ରରେ ଜନ୍ମ ପରି ମୃତ୍ୟୁ ପରେ ମଧ୍ୟ ମୃତ ଶରୀରକୁ ସମ୍ମାନ ଦେବାର ପରମ୍ପରା ରହିଛି । ହେଲେ ବର୍ତ୍ତମାନ ସମୟରେ ସାରା ବିଶ୍ବକୁ ଗ୍ରାସ କରିଥିବା କୋରୋନା ମହାମାରୀ ପାଇଁ ବଦଳିଛି ଯୁଗ ଯୁଗର ପରମ୍ପରା । ଏବେ କୋରୋନା ଆକ୍ରାନ୍ତ ଜୀବିତ ଥାଉ ଥାଉ ଛୁଆଁ ଅଛୁଆଁ ଭେଦଭାବର ଶିକାର ହେଉଥିବା ବେଳେ ମୃତ୍ୟୁ ପରେ ସସମ୍ମାନେ ସତ୍କାର କଥା ବା ପଚାରେ କିଏ ? ନିକଟରେ ବରଗଡ ଜିଲ୍ଲାରେ ଏନେଇ ଦେଖିବାକୁ ମିଳିଥିଲା ଅତି ଦୟନୀୟ ଚିତ୍ର । ସତ୍କାର ପାଇଁ କୋରୋନା ଆକ୍ରାନ୍ତଙ୍କ ମରଶରୀରକୁ ଧରି ଏ ଶ୍ମଶାନ ସେ ଶ୍ମଶାନ ବୁଲିବା ପରେ ଶେଷରେ ଘଞ୍ଚ ଜଙ୍ଗଲରେ ଶେଷ ହେଲା ଶେଷକୃତ୍ୟ ।

କୋରୋନା ଆଳରେ ଆତଙ୍କିତ ମାନବିକତା, ମୃତ୍ୟୁ ପରେ ସମ୍ମାନ ଖୋଜୁଛି ଶରୀର

ସାରା ରାଜ୍ୟରେ ବର୍ତ୍ତମାନ କୋରୋନା ନିଜ କାୟା ବିସ୍ତାର କରି ଚାଲିଥିବା ବେଳେ ବରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା 5ହଜାର ଅତିକ୍ରମ କରିଛି । ସମାନ ଭାବେ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢି 10 ଅତିକ୍ରମ କରିଛି । ସରକାରୀ ଭାବେ ଏହି ସଂଖ୍ୟା 10 ଅତିକ୍ରମ କରିଥିବା ବେଳେ ବେସରକାରୀ ଭାବେ ଏହା 50 ଟପିଥିବା ଦାବି କରିଛନ୍ତି ସ୍ଥାନୀୟବାସୀ । ଏମିତିରେ ସଂକ୍ରମଣ ଭୟରେ ଆକ୍ରାନ୍ତଙ୍କ ମୃତ ଶରୀରର ସତ୍କାର ପାଲଟିଛି ଏକ ବଡ ଚିନ୍ତା । ସାଧାରଣ ଶ୍ମଶାନରେ ସତ୍କାର କଲେ ସଂକ୍ରମଣ ବଢିବ କହି ସିଧା ବାଟ କିଳି ଦେଉଛନ୍ତି ସ୍ଥାନୀୟବାସୀ । ତେଣେ ପ୍ରଶାସନ ମଧ୍ୟ ସାଧାରଣ ଲୋକଙ୍କ ଆଗରେ ସତେ ଯେମିତି ଉପାୟଶୂନ୍ୟ ହୋଇ ପଡିଛି । ସେପଟେ ସୁଖ ଦୁଃଖରେ ଜିଲ୍ଲାବାସୀଙ୍କ ସାହାରା ପାଲଟିଥିବା ସଂକଳ୍ପ ପରିବାରକୁ ମଧ୍ୟ ଶବ ସତ୍କାର ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ଦେଖାଯାଉଛି ।

ଜିଲ୍ଲାରେ କୋଭିଡ ହସ୍ପିଟାଲରେ ମୃତ୍ୟୁ ହେଉଥିବା ରୋଗୀର ମୃତଦେହକୁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଵେଚ୍ଛାସେବୀ ସଙ୍ଗଠନ ମାଧ୍ୟମରେ ସତ୍କାର କରାଯାଉଥିଲେ ମଧ୍ୟ ଲୋକଙ୍କ ବିରୋଧ କାରଣରୁ ଏଥିରେ ବାଧା ସୃଷ୍ଟି ହୋଇଛି । ଜିଲ୍ଲାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି କୋଭିଡ ହସ୍ପିଟାଲ ନିର୍ମାଣ କରାଯାଇଛି ସତ ମାତ୍ର କୋଭିଡ଼ ମୃତକଙ୍କୁ ସମ୍ମାନର ସହିତ ସତ୍କାର କରିବା ପାଇଁ ଶ୍ମଶାନଟିଏ ମଧ୍ୟ କରାଯାଇପାରି ନାହିଁ । ଏନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା ପ୍ରକାଶ ପାଇବା ସହ ଏନେଇ ତୁରନ୍ତ ବ୍ୟବସ୍ଥା କରାଯିବା ନେଇ ସ୍ଥାନୀୟ ବିଧାୟକ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଦାବି ହୋଇଛି ।

କୋରୋନା ମହାମାରୀ ଆଳରେ ପରମ୍ପରା ଓ ସଂସ୍କୃତି ବିଲୋପ ହେବାକୁ ବସିଥିବା ବେଳେ ମାନବିକତା ଉପରେ ଉଠିଛି ପ୍ରଶ୍ନ । ଏମିତିରେ ମୃତ୍ୟୁ ପରେ ସମ୍ମାନ ତ ଦୂରର କଥା ବଞ୍ଚି ଥାଉ ଥାଉ ଲୋକେ ଆଉ ପାଖ ମାଡୁନଥିବାର ନଜିର ବେଶ ହୃଦୟବିଦାରକ । ଏନେଇ ଖୁବ ଶୀଘ୍ର ସମାଧାନ ହେବା ସହ କୋଭିଡ ଆକ୍ରାନ୍ତଙ୍କୁ ସମ୍ମାନର ସହ ବିଦାୟ ଦିଆଯିବାର ବ୍ୟବସ୍ଥା କରାଯିବା ଆବଶ୍ୟକ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details