ଓଡିଶା

odisha

ETV Bharat / state

ଜିଲ୍ଲାପାଳଙ୍କୁ ହୀରାକୁଦ ବିସ୍ଥାପିତବାସୀଙ୍କ ଦାବିପତ୍ର - ବିଭାଜିତ ପରିବାରଙ୍କୁ 10ଡିସିମିଲ ଜମି ପ୍ରଦାନ ଦାବି

ବିଭିନ୍ନ ଦାବି ନେଇ ବରଗଡ ଜିଲ୍ଲାପାଳଙ୍କୁ ହୀରାକୁଦ ବିସ୍ଥାପିତଙ୍କ 5ଦଫା ଦାବିପତ୍ର । ଅଧିକ ପଢନ୍ତୁ...

ହୀରାକୁଦ ବିସ୍ଥାପିତବାସୀଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର
ହୀରାକୁଦ ବିସ୍ଥାପିତବାସୀଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର

By

Published : Feb 12, 2021, 12:04 PM IST

Updated : Feb 12, 2021, 12:12 PM IST

ବରଗଡ: ଜିଲ୍ଲାପାଳଙ୍କୁ ହୀରାକୁଦ ବିସ୍ଥାପିତଙ୍କ 5ଦଫା ଦାବିପତ୍ର । ହୀରାକୁଦ ବିସ୍ଥାପିତବାସୀଙ୍କୁ ପଟ୍ଟା ପ୍ରଦାନ ସହିତ ବିଭିନ୍ନ ଯୋଜନାରେ ସାମିଲ କରିବାକୁ ଦାବି କରି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ।

ହୀରାକୁଦ ବିସ୍ଥାପିତବାସୀଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର

ପ୍ରତି ବିଭାଜିତ ପରିବାରଙ୍କୁ 10 ଡିସିମିଲ ଜମି ପ୍ରଦାନ କରିବା,ସୁନ୍ଦରଗଡ ଓ ଛତିଶଗଡର ରାୟଗଡାରେ ରହୁଥିବା ବିସ୍ଥାପିତଙ୍କୁ ଉପଯୁକ୍ତ ଯୋଜନାରେ ସାମିଲ କରିବା, ହୀରାକୁଦ ବାସହୀନ ପରିବାରଙ୍କୁ ବିସ୍ଥାପିତ ପ୍ରମାଣ ପତ୍ର ପ୍ରଦାନ,ଅଣରାଜସ୍ବ ଗାଁକୁ ରାଜସ୍ବ ମାନ୍ୟତା ସହଏନଏଚଆରସିର ନିର୍ଦ୍ଦେଶ ପାଳନ କରିବାକୁ ଦାବି ହୋଇଛି । ଏହି ସବୁ ଦାବି କରି ଆଜି ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତିର ଆହ୍ଵାନକ୍ରମେ ଜିଲ୍ଲାପାଳଙ୍କୁ 5ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ସଭାପତି ଶୈଳବାଲା ପ୍ରଧାନ ।

ଅନ୍ୟପଟେ ବରଗଡ ବେହେରା ସ୍ଥିତ ମା ସମଲେଇ କପଡା ବଜାର ବୁଣାକାର ସଂଘ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାରେ ଦୁଇଗୋଟି ସୂତାକଳ ସ୍ଥାପନ,ବେହେରା ବଜାରରେ ଶୌଚାଳୟ ନିର୍ମାଣ ,ଗାଡି ପାର୍କିଂ ଏବଂ ଉନ୍ନତମାନର ସରକାରୀ ସହାୟତା ପ୍ରଦାନ ପାଇଁ ଦାବି କରି ଜିଲ୍ଲାପାଳଙ୍କୁ ୧୨ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ଗ୍ରହଣ କରିବା ସହ ଖୁବ ଶୀଘ୍ର ଅଧିକାରୀଙ୍କୁ ପଠାଇ ସଂପୂର୍ଣ୍ଣ ତଦନ୍ତ କରିବା ସହ ବୁଣାକାଙ୍କ ସ୍ଵାର୍ଥରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

Last Updated : Feb 12, 2021, 12:12 PM IST

ABOUT THE AUTHOR

...view details