ଓଡିଶା

odisha

21ରେ ବିଜେପୁର ଉପନିର୍ବାଚନ, ସୁରକ୍ଷା ବ୍ୟବସ୍ଥା କଡାକଡି

ବିଜେପୁର ଉପନିର୍ବାଚନ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି । 21ରେ ହେବ ବିଜେପୁର ଉପନିର୍ବାଚନ, ବରଗଡ ଏସପିଙ୍କ ତତ୍ତ୍ବାବଧାନରେ ପୋଲିସ ଓ ସିଆରପିଏଫର ଫ୍ଲାଗମାର୍ଚ୍ଚ କରାଯାଇଛି ।

By

Published : Oct 15, 2019, 8:36 PM IST

Published : Oct 15, 2019, 8:36 PM IST

Updated : Oct 16, 2019, 2:29 PM IST

ସୁରକ୍ଷାବ୍ୟବସ୍ଥା କଡାକଡି

ବରଗଡ: ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ । ଉପନିର୍ବାଚନକୁ ଆଉ ମାତ୍ର ୫ ଦିନ ବାକିରହିଛି । ବିଜେଡ଼ି ଦଳର ମୁଖିଆ ନବୀନ ପଟ୍ଟନାୟକ ଆସନ୍ତା ୧୭ ତାରିଖରେ ବିଜେପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଉଛି । ବରଗଡ଼ ଏସପି ପଦ୍ମିନୀ ସାହୁଙ୍କ ତତ୍ତ୍ବାବଧାନରେ ପୋଲିସ ଓ ସିଆରପିଏଫର ଫ୍ଲାଗମାର୍ଚ୍ଚ ହୋଇଥିଲା । ବିଜେପୁର ଥାନାରୁ ବାହାରି ସହର ପରିକ୍ରମା କରିଥିଲେ ପୋଲିସ ଓ ସିଆରପିଏଫ।

21ରେ ବିଜେପୁର ଉପନିର୍ବାଚନ ,ସୁରକ୍ଷାବ୍ୟବସ୍ଥା କଡାକଡି

ତେବେ ଏହି ଉପନିର୍ବାଚନକୁ ନିରପେକ୍ଷ ଏବଂ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୋଲିସ ପକ୍ଷରୁ ୧୧ଟି ସ୍ଥାନରେ ତନଖି କରାଯାଉଛି । ଏହାସହ ପୋଲିସ ପକ୍ଷରୁ ନିର୍ବାଚନ ପାଇଁ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଇଛି।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

Last Updated : Oct 16, 2019, 2:29 PM IST

ABOUT THE AUTHOR

...view details