ବରଗଡ: ଅନ୍ନଦାତାଙ୍କ ଉପରେ ପ୍ରକୃତିର ପ୍ରହାର । କୋରୋନା କୋପ ସାଙ୍ଗକୁ ଅଦିନିଆ ବର୍ଷା ଆଉ କୁଆ ପଥର ମାଡ । ପ୍ରକୃତିର ଏପରି ତାଣ୍ଡବକୁ ସାମ୍ନା କରିଆସୁଥିବା ଚାଷୀ ଏବେ ଅଣନିଶ୍ବାସୀ ହୋଇପଡିଛି ।
କୋରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ କରାଗଲା ଲକଡାଉନ । ନାକା ବନ୍ଦୀ ହୋଇ ରହିଲେ ସଭିଁଏ । ପିଲା ଠୁ ବୁଢା, ଚାକିରି ରୁ ଚାଷବାସ ସବୁ ଥିରେ ପଡିଲା ତାଲା । ହେଲେ ଖାଦ୍ୟଭାବ ସଙ୍କଟ ଦେଖା ଦେବା ପୂର୍ବରୁ କୋରୋନା କଟକଣାରୁ ବାଦ ପଡିଲେ ଚାଷୀକୂଳ । ହେଲେ ସେତେବେଳେ ଦାଉ ସାଜିଲା ଅଦିନିଆ ବର୍ଷା ଆଉ ତୁହା ତୁହା କୁଆ ପଥର ମାଡ । ଆଉ ଏହି ଅଦିନିଆ ବର୍ଷା ଏବେ ଚାଷୀ ଭାଇଙ୍କ ଜୀବନରେ ଅଜଶ୍ର ଅଶ୍ରୁ ନେଇ ଆସଛି ।
ଏଥର ଭଲ ଚାଷ କରିଥିଲା ଚାଷୀ ଭାଇ । ଆଶା କରିଥିଲା ଋଣ ବୁଝି ସୁଝି 2 ପଇସା କମାଇବ । ହେଲେ ଲକଡାଉନ ପାଇଁ କୀଟନାଶକ ମିଳିଲା ନାହିଁ । କି ସରକାର ଏ ଦିଗରେ ଦୃଷ୍ଟି ଦେଲେ ନାହିଁ । ଫଳରେ ଫସଲ ଖାଇଗଲେ ଅଜଣା ପୋକ । ଆଉ ଛାର ଖାର କରି ଦେଲା ଅନ୍ନଦାତାଙ୍କ ଆଶା ଅସୁମାରୀ ସ୍ବପ୍ନ। ଉଜୁଡି ଦେଲା ପରିଶ୍ରମର ସୁନା ଫସଲ।