ବରଗଡ: କୋରୋନା ସଙ୍କଟ ମଧ୍ୟରେ ଅଦିନିଆ ବର୍ଷା ଓ ପ୍ରବଳ କୁଆପଥର ମାଡରେ ବରଗଡ଼ର ଚାଷୀଙ୍କ ହତାସ । ଧାନ ଫସଲ ସବୁ ନଷ୍ଟ ହୋଇଥିଲା ବେଳେ ସବୁଜିମା ପନିପରିବା ଫସଲ ମଧ୍ୟ ମାଟିରେ ମିଶିଯାଇଛି ।
ଲକଡାଉନ ଯୋଗୁଁ ଚାଷୀ ଫସଲର ଯତ୍ନ ନେଇ ପାରୁନଥିବା ବେଳେ ଏସବୁର ବିକ୍ରି ନେଇ ଚିନ୍ତାରେ ଥିଲା । ଆଉ ଏଭଳି ସାଂଘାତିକ ସ୍ଥିତିରେ ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ ଚାଷୀର ଅଣ୍ଟା ଭାଙ୍ଗିଦେଇଛି ।