ଓଡିଶା

odisha

ETV Bharat / state

ଦିବ୍ୟାଙ୍ଗ ଅନାଥ ଝିଅକୁ ଜୀବନସାଥୀ କଲେ ହରିୟାଣା ପୁଅ ଧରମବୀର - ଦିବ୍ୟାଙ୍ଗ ଅନାଥ ଝିଅକୁ ବାହା ହେଲେ ହରିୟାଣା ପୁଅ

ବରଗଡ ଜିଲ୍ଲାରେ ଥିବା ବିମଳା ଦେବୀ ଅନାଥ ଆଶ୍ରମର ଜଣେ ଦିବ୍ୟାଙ୍ଗ ଓ ଅସହାୟ ଯୁବତୀଙ୍କୁ ଜୀବନସାଥୀ କଲେ ହରିୟାଣା ଯୁବକ ଧରମବୀର ଶର୍ମା । ଅଧିକ ପଢନ୍ତୁ...

Haryana's son Dharambir married handicapped orphaned daughter
ଦିବ୍ୟାଙ୍ଗ ଅନାଥ ଝିଅକୁ ବାହା ହେଲେ ହରିୟାଣା ପୁଅ ଧରମବୀର

By

Published : Mar 12, 2020, 11:36 PM IST

ବରଗଡ: ଜିଲ୍ଲାରେ ଥିବା ବିମଳା ଦେବୀ ଅନାଥ ଆଶ୍ରମର ଜଣେ ଦିବ୍ୟାଙ୍ଗ ଓ ଅସହାୟ ଯୁବତୀଙ୍କୁ ଜୀବନସାଥୀ କରି ସାହାରା ଦେଇଛନ୍ତି ହରିୟାଣାର ଯୁବକ ଧରମବୀର ଶର୍ମା । ଅନାଥ ଓ ଅସହାୟ ମାନଙ୍କ ପାଇଁ ରହିଥିବା ବରଗଡ ସିମେଣ୍ଟ ନଗର ସ୍ଥିତ ଏହି ଅନାଥ ଆଶ୍ରମରେ ସସ୍ମିତା ତିନି ବର୍ଷ ବୟସରେ ଆସିଥିଲା । ଆଉ ଆଜି 21 ବର୍ଷ ବୟସରେ ପଦାର୍ପଣ କରିଥିବା ଏହି ଝିଅଟି ଆଶ୍ରମର ଅନ୍ତେବାସୀଙ୍କୁ ଛାଡି ନିଜ ଜୀବନ ସାଥୀଙ୍କ ହାତ ଧରି ଚାଲି ଯାଉଛି ସୁଦୂର ହରିୟାଣା ରାଜ୍ୟକୁ ।

ଦିବ୍ୟାଙ୍ଗ ଅନାଥ ଝିଅକୁ ବାହା ହେଲେ ହରିୟାଣା ପୁଅ ଧରମବୀର
ସସ୍ମିତା ସମସ୍ତଙ୍କୁ ଛାଡି ଚାଲି ଯାଉଥିବାରୁ ଅନାଥ ଆଶ୍ରମର ଅନ୍ତେବାସୀ ମାନଙ୍କ ମଧ୍ୟରେ ଯେତିକି ଦୁଃଖ ରହିଛି ତାର ନୂଆ ଜୀବନ ପାଇଁ ମଧ୍ୟ ସମସ୍ତଙ୍କ ମନରେ ଖୁସି ଝଲସି ଉଠିଛି । ତେବେ ବରଗଡ ଶିଶୁ କଲ୍ୟାଣ ସମିତି ଏବଂ ବହୁ ସମାଜସେବୀ ତଥା ଡ଼ା. ପ୍ୟାରିଲାଲ ତ୍ରିପାଠୀଙ୍କ ସହାୟତାରେ ରାନୀସତି ମନ୍ଦିର ଠାରେ ବୈଦିକ ରୀତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି । ଏହି ଆଶ୍ରମରେ ସମୁଦାୟ 4 ଟି ବିବାହ କରାଯାଇଥିବା ବେଳେ ସମସ୍ତ ଝିଅ ମାନେ ବରଗଡ ଜିଲ୍ଲା ଭିତରେ ବିବାହ କରିଥିବା ବେଳେ ଏକମାତ୍ର ସସ୍ମିତା ଯିଏକି ଅନ୍ୟ ରାଜ୍ୟରେ ବିବାହ କରିଛନ୍ତି ।ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details