ଓଡିଶା

odisha

ETV Bharat / state

ଧନୁଯାତ୍ରା ପୂର୍ବରୁ ବରଗଡରେ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା - ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା

ରାଜ୍ୟ ରାଜଧାନୀରେ କେବଳ ଗୋଟିଏ ସ୍ଥାନରେ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା ହେଉଥିବା ବେଳେ କିନ୍ତୁ ବିଗତ ଚାରି ବର୍ଷ ହେଲା ବରଗଡ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ସମୟରେ ବରଗଡରେ ମଧ୍ୟ ଏହି ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା ହୋଇଆସୁଛି । ଅଧିକ ଖବର ପଢନ୍ତୁ...

ଧନୁଯାତ୍ରା ପୂର୍ବରୁ ବରଗଡରେ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା
ଧନୁଯାତ୍ରା ପୂର୍ବରୁ ବରଗଡରେ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା

By

Published : Dec 29, 2019, 4:14 AM IST

ବରଗଡ: ଜିଲ୍ଲା କୃଷି ଓ କୃଷକ ମାନଙ୍କ ପାଇଁ ଯେତେ ପ୍ରସିଦ୍ଧ ହସ୍ତତନ୍ତ ଓ ବୁଣାକାର ମାନଙ୍କୁ ନେଇ ମଧ୍ୟ ସେତେ ପ୍ରସିଦ୍ଧ । ତେବେ ରାଜ୍ୟ ରାଜଧାନୀରେ କେବଳ ଗୋଟିଏ ସ୍ଥାନରେ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା ହେଉଥିବା ବେଳେ କିନ୍ତୁ ବିଗତ ଚାରି ବର୍ଷ ହେଲା ବରଗଡ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ସମୟରେ ବରଗଡରେ ମଧ୍ୟ ଏହି ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା ହୋଇଆସୁଛି ।

ଆଗାମୀ 31 ତାରିଖରେ ବରଗଡରେ ହେବାକୁ ଥିବା ଏହି ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ଅବସରରେ ଶନିବାର ସ୍ଥାନୀୟ ଲେଙ୍ଗୁ ମିଶ୍ର ଷ୍ଟାଡିୟମ ଠାରେ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା ଉଦଘାଟିତ କରିଛନ୍ତି ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ |

ଧନୁଯାତ୍ରା ପୂର୍ବରୁ ବରଗଡରେ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା

ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ବରଗଡ ସହର ଚଳଚଞ୍ଚଳ ହୋଇପଡିଥିବା ବେଳେ ସ୍ଥାନୀୟ ବୁଣାକାର ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ବରଗଡରେ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାର ଆୟୋଜନ କରାଯାଇଛି । ଏହି ସମାରୋହରେ ଓଡ଼ିଶା ସରକାରଙ୍କ ବୟନ ଶିଳ୍ପ ବିଭାଗ ମନ୍ତ୍ରୀ ପଦ୍ମିନୀ ଯୋଗଦାନ କରିଥିବା ବେଳେ ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟ ଏଠାକାର ବୁଣାକାର ପରିବାରଙ୍କ ଅଭାବ ଅସୁବିଧା ବିଷୟରେ ଅବଗତ କରାଇବା ସହ ବୁଣାକାର ମାନଙ୍କର ସମସ୍ତ ସମସ୍ୟାର ଦୃଷ୍ଟି ଆକର୍ଷଣ କରାଇଥିଲେ ।

ତେବେ ବରଗଡ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଆସନ୍ତା ଜାନୁୟାରୀ ୧୦ ତାରିଖ ପର୍ଯ୍ୟନ୍ତ ହେଉଥିବା ବେଳେ ଏହି ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ଲାଗିରହିବ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details