ଝାରସୁଗୁଡ଼ା:ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଳିଲା ଅପହୃତ ନାବଳକର ମୃତଦେହ । ମାର୍ଚ୍ଚ 27ରେ ସନ୍ଧ୍ୟାରେ ନାବାଳକକୁ ଅପହରଣ କରାଯାଇଥିଲା । ଫୋନ୍ରେ ନାବାଳକକୁ ଫେରାଇବା ପାଇଁ ପରିବାରକୁ 50 ଲକ୍ଷ ଟଙ୍କା ଦାବି ମଧ୍ୟ କରାଯାଇଥିଲା । ଝାରସୁଗୁଡାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ସରବାହାଲ କ୍ରିଷ୍ଣା ଏନକ୍ଳେଭରେ ରହୁଥିବା ବ୍ୟବସାୟୀ ସୁନିତ ଅଗ୍ରୱାଲଙ୍କ ନାବାଳକ ପୁଅ ସମର୍ଥ ଅଗ୍ରୱାଲଙ୍କୁ ମାର୍ଚ୍ଚ 27 ତାରିଖରେ ଅପହରଣ କରାଯାଇଲା ।
ତେବେ ବରଗଡ଼ରୁ ନାବାଳକ ସମର୍ଥର ମୃତଦେହ ଉଦ୍ଧାର କରିଛି ବରଗଡ ପୋଲିସ । ସମର୍ଥର ହତ୍ୟାର ଆଭିଯୋଗରେ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ବୟ ଝାରସୁଗୁଡା ବିଜୁ ନଗରର ଅମିତ କୁମାର ଶର୍ମା ଓ ବଜ୍ରରାଜନଗରର ଗାନ୍ଧୀ ଛକର ଦିନେଶ ଅଗ୍ରୱାଲ ବୋଲି ଝାରସୁଗୁଡା ଏସ୍ପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଝାରସୁଗୁଡା ଏସ୍ପିଙ୍କ ସୂଚନା ଅନୁଯାୟୀ, ‘‘ଗତ 27 ମାର୍ଚ୍ଚ, 2023ରେ, ଝାରସୁଗୁଡା ଟାଉନ ପୋଲିସ ଷ୍ଟେସନରେ ପ୍ରାୟ 9ଟା ବେଳେ ଜଣେ 15 ବର୍ଷର ନାବାବାଳକକୁ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ନିଖୋଜ ନାବାଳକର ପିତା ଏହି ରିପୋର୍ଟ କରିଥିବା ବେଳେ ଅପହରଣକାରୀ 50 ଲକ୍ଷ ଟଙ୍କା ମାଗିଥିବା ସୂଚନା ଦେଇଥିଲେ ।